uncategories

Delhi: ବେଆଇନ ନିର୍ମାଣ ଉପରେ ବୁଲ୍‌ଡୋଜର ଚଳାଇବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ସତ୍ୟ ନିକେତନରେ ୫ ମହଲା କୋଠା ଭୁଶୁଡ଼ି ୭ ଜଣଙ୍କ ମୃତ୍ୟୁ ପରେ ଦିଲ୍ଲୀ ସରକାର ବେଆଇନ ନିର୍ମାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜୋରଦାର କରିଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବେଆଇନ ଓ ବିପଜ୍ଜନକ ନିର୍ମାଣ ଭାଙ୍ଗିବାକୁ ଏମ୍‌ସିଡିକୁ ନିର୍ଦ୍ଦେଶ ଦେଇଛନ୍ତି

ନୂଆଦିଲ୍ଲୀ: ସତ୍ୟ ନିକେତନରେ ୫ ମହଲା କୋଠା ଭୁଶୁଡ଼ି ୭ ଜଣଙ୍କ ମୃତ୍ୟୁ ପରେ ଦିଲ୍ଲୀ ସରକାର ବେଆଇନ ନିର୍ମାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜୋରଦାର କରିଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବେଆଇନ ଓ ବିପଜ୍ଜନକ ନିର୍ମାଣ ଭାଙ୍ଗିବାକୁ ଏମ୍‌ସିଡିକୁ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ପୌର ଅଧିକାରୀମାନଙ୍କୁ ଘଟଣାସ୍ଥଳରେ ରହି କାର୍ଯ୍ୟାନୁଷ୍ଠାନ ତଦାରଖ କରିବାକୁ କୁହାଯାଇଛି। ଦିଲ୍ଲୀର ସମସ୍ତ ପିଜି ଓ ହଷ୍ଟେଲର ଯାଞ୍ଚ ସହ ବେଆଇନ ନିର୍ମାଣ ଚିହ୍ନଟ କରି କଡ଼ା ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। କୋଠା କେବେ ଓ କାହା ତତ୍ତ୍ବାବଧାନରେ ନିର୍ମାଣ ହୋଇଥିଲା, ଏହାର ରେକର୍ଡ ଯାଞ୍ଚ କରି ଦାୟୀ ଅଧିକାରୀଙ୍କୁ ଚିହ୍ନଟ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button