ରାଜ୍ୟ

ବଳ ଗୋଟାଉଛି ଘୂର୍ଣ୍ଣିବଳୟ ; ମୟୂରଭଞ୍ଜକୁ ରେଡ୍‌ୱାର୍ଣ୍ଣିଂ, ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗର ତଥା ସଂଲଗ୍ନ ବାଂଲାଦେଶ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ବଳ ଗୋଟାଉଥିବା ବେଳେ ୧୦ ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ ନେବା ସମ୍ଭାବନା ଅଛି। ଏହା ପ୍ରଭାବରେ ଉପକୂଳ ଜିଲାରେ ବର୍ଷା ଆରମ୍ଭ ହୋଇଛି। ଗୁରୁବାର ମୟୂରଭଞ୍ଜ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।

ମୟୂରଭଞ୍ଜ ଜିଲ୍ଲାରେ ଆଜି ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଅତିପ୍ରବଳ ବର୍ଷା ନେଇ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସବୁ ସରକାରୀ ପ୍ରାଥମିକ ଠାରୁ ଉଚ୍ଚ ମାଧ୍ୟମିକ ସ୍କୁଲ ଛୁଟି ଘୋଷଣା ହୋଇଥିବା ବେଳେ ଘରୋଇ ସ୍କୁଲରେ ପୂର୍ବାହ୍ନ ୧୦ଟା ପରେ ପାଠପଢ଼ା ବାତିଲ୍ ପାଇଁ ନିର୍ଦ୍ଦେଶ ହୋଇଛି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button