ରାଜ୍ୟ

Inspirational Teacher : ଦୁଇ ଗୋଡ଼ ଅଚଳ, ତଥାପି ତୁଟିନି ଦମ୍ଭ : ଶିକ୍ଷାର ବତୀଘର ଦୁର୍ଯ୍ୟୋଧନ ସାର୍

ଭବାନୀପାଟଣା,୧୦ \୯ ( ସନ୍ତୋଷ ସିଂଦେଓ ) : ଦୁଇ ଗୋଡ଼ ସମ୍ପୂର୍ଣ୍ଣ ଅଚଳ । ଠିଆ ହେବାକୁ ଶକ୍ତି ନାହିଁ । ବିନା ସାହାରାରେ ପାଦେ ଚାଲିବା ଅସମ୍ଭବ । ଶରୀର ପ୍ରାୟ ୮୦ ପ୍ରତିଶତ ଅଚଳ । କିନ୍ତୁ ମନରେ ଅସୀମ ଦମ୍ଭ । ସମାଜ ପ୍ରତି କର୍ତ୍ତବ୍ୟନିଷ୍ଠାର ଝୁଙ୍କ୍ । ସେଇଥିପାଇଁ ମୁଣ୍ଡ ନୁଆଁଇଛି ଯାବତୀୟ ଶାରୀରିକ ପ୍ରତିବନ୍ଧକ ।

ଶିକ୍ଷାର ବତୀଘର ସାଜି ଶତାଧିକ ଛାତ୍ରଛାତ୍ରୀଙ୍କ ଜୀବନକୁ ଆଲୋକିତ କରି ଚାଲିଛନ୍ତି କଳାହାଣ୍ଡି ଜିଲ୍ଲାର ଜୟପାଟଣା ଭଳି ଉପାନ୍ତ ବ୍ଲକର ବଡ଼ କର୍ଲାକୋଟର ଦୁର୍ଯ୍ୟୋଧନ ରାଉତ । ସରକାରୀ ମାନ୍ୟତା କିମ୍ବା ପାରିଶ୍ରମିକ ବିନା ଦୀର୍ଘ ଦୁଇଦଶନ୍ଧି ଧରି କୋମଳମତି ଶିଶୁଙ୍କ ମଧ୍ୟରେ ବାଣ୍ଟି ଚାଲିଛନ୍ତି ଶିକ୍ଷାର ଆଲୋକ । ଯେଉଁ ବୟସରେ ଯୁବପିଢ଼ି ନିଜ କ୍ୟାରିଅର୍, ଚାକିରି ଏବଂ ମୋଟା ଅଙ୍କର ଦରମା ପଛରେ ଧାଉଁଛନ୍ତି, ସେହି ବୟସରେ ଦୁର୍ଯ୍ୟୋଧନ ବାଛି ନେଇଥିଲେ ସମ୍ପୂର୍ଣ୍ଣ ନିଆରା ପଥଟିଏ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button