ଆଇଆଇଏମ୍ଟି ବୁଲିଲେ ଆମେରିକାର କନସୁଲ୍ ଜେନେରାଲ, ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ଭାରତ-ଆମେରିକା ସହଯୋଗ ନେଇ ଆଲୋଚନା

ଭୁବନେଶ୍ୱର,୧୦/୦୯: ହାଇଦ୍ରାବାଦସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର କନସୁଲେଟ୍ ଜେନେରାଲ୍ର ଏକ ପ୍ରତିନିଧିମଣ୍ଡଳ ଭୁବନେଶ୍ୱରସ୍ଥିତ ସିଏସ୍ଆଇଆର୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମେଟେରିଆଲ୍ସ ଟେକେ୍ନାଲୋଜି(ସିଏସ୍ଆଇଆର୍-ଆଇଏମ୍ଏମ୍ଟି ) ପରିଦର୍ଶନ କରିଥିଲେ । ଏହି ଅବସରରେ ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣ ଏବଂ ବରିଷ୍ଠ ବୈଜ୍ଞାନିକମାନଙ୍କ ସହ ଖଣିଜ ସମ୍ପଦ ଓ ଉନ୍ନତ ପ୍ରକ୍ରିୟାକରଣ ପ୍ରଯୁକ୍ତି କ୍ଷେତ୍ରରେ ଭାରତ-ଆମେରିକା ସହଯୋଗକୁ ନେଇ ଆଲୋଚନା କରିଥିଲେ ।
ପ୍ରତିନିଧି ପ୍ରତିଷ୍ଠାନର ବିଭିନ୍ନ ଗବେଷଣା ସୁବିଧା ଯଥା ମିନେରାଲ୍ ପ୍ରୋସେସିଂ ପାଇଲଟ୍ ପ୍ଲାଣ୍ଟ, ପିଜିଏମ୍ ପାଇଲଟ୍ ପ୍ଲାଣ୍ଟ ଏବଂ ସିବେଡ୍ ମିନେରାଲ୍ସ ପାଇଲଟ୍ ପ୍ଲାଣ୍ଟ ବୁଲି ଦେଖିଥିଲେ । ପ୍ରତିନିଧିମଣ୍ଡଳୀଙ୍କୁ ପ୍ରତିଷ୍ଠାନରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରଯୁକ୍ତିର ବିକାଶ କ୍ଷେତ୍ରରେ ହେଉଥିବା ଅଗ୍ରଗତି ସମ୍ପର୍କରେ ଅବଗତ କରାଯାଇଥିଲା । ଏନ୍ସି ଏମ୍ଏମ୍ ଅଧୀନସ୍ଥ ଆଇଏମ୍ଏମ୍ଟି ସେଣ୍ଟର ଅଫ୍ ଏକ୍ସେଲେନ୍ସର ମୁଖ୍ୟ ଡ.କାଳୀ ସଞ୍ଜୟ, ବିଭିନ୍ନ ଶିଳ୍ପସଂସ୍ଥା ଓ ପ୍ରତିଷ୍ଠାନ ସହ ଅନୁଷ୍ଠାନର ସହଯୋଗ ସମ୍ପର୍କରେ ଆଲୋକପାତ କରିବା ସହ ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦ ସମ୍ପକିର୍ତ ସେଣ୍ଟର ଅଫ୍ ଏକ୍ସେଲେନ୍ସ ଅଧୀନରେ ଚାଲିଥିବା ବିଭିନ୍ନ ପଦକ୍ଷେପର ବିବରଣୀ ପ୍ରଦାନ କରିଥିଲେ।
ସୌଜନ୍ୟ ପ୍ରମେୟ




