ଦେଶ ବିଦେଶ
Delhi: ଦିଲ୍ଲୀରେ ୧୦ ହଜାର ସୁରକ୍ଷାକର୍ମୀ ମୁତୟନ, ରାହୁଲଙ୍କ ଆହ୍ବାନ: ପ୍ରତିବାଦ କାର୍ଯ୍ୟକ୍ରମ ପରେ କିଣାକିଣି କର
ଇଣ୍ଡି ମେଣ୍ଟର ପ୍ରତିବାଦ ସମାବେଶକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ରୀୟ ଦିଲ୍ଲୀ ଅଞ୍ଚଳରେ ପ୍ରାୟ ୧୦ ହଜାର ପୁଲିସ ଏବଂ ଅର୍ଦ୍ଧସାମରିକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି।

ନୂଆଦିଲ୍ଲୀ: ଇଣ୍ଡି ମେଣ୍ଟର ପ୍ରତିବାଦ ସମାବେଶକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ରୀୟ ଦିଲ୍ଲୀ ଅଞ୍ଚଳରେ ପ୍ରାୟ ୧୦ ହଜାର ପୁଲିସ ଏବଂ ଅର୍ଦ୍ଧସାମରିକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ସେଣ୍ଟ୍ରାଲ ଦିଲ୍ଲୀ ଡିସିପି ରୋହିତ ରାଜବୀର କହିଛନ୍ତି ଯେ, ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସମ୍ପୃକ୍ତ ଅଞ୍ଚଳରେ ୨୦୦ ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଥିଲା। ଏହା ସହିତ ସମଗ୍ର ରାଲି ସ୍ଥଳ ଏବଂ ଏହାର ଆଖପାଖରେ ଥିବା ସମସ୍ତ ପ୍ରବେଶ ପଥରେ ପୁଲିସ କର୍ମଚାରୀମାନଙ୍କୁ ସଜାଗ ରଖାଯାଇଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏହି ପ୍ରତିବାଦ ପଦଯାତ୍ରା ସମ୍ପର୍କରେ ଘୋଷଣା କରିଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ଏହି ପଦଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ସମସ୍ତ ଆନୁଷଙ୍ଗିକ ସହଯୋଗ ଯୋଗାଇ ଦିଆଯାଇଥିଲା।
ସୌଜନ୍ୟ ସମ୍ବାଦ




