ରାଜ୍ୟ

Bank Strike ; ଆଜିଠୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ଠପ ରହିବ ବ୍ୟାଙ୍କିଙ୍ଗ୍‌ ସେବା ! ଗ୍ରାହକଙ୍କୁ ବଡ଼ ଝଟକା

ଭୁବନେଶ୍ୱର,୧୧/୦୯ : ଯଦି ବ୍ୟାଙ୍କିଙ୍ଗ୍ କାର୍ଯ୍ୟ ବକେୟା ରଖିଥାନ୍ତି ତା’ହେଲେ ଅଡୁଆରେ ପଡ଼ିପାରନ୍ତି ଗ୍ରାହକ । କାରଣ ଶୁକ୍ରବାରକୁ ମିଶାଇ ଲଗାତର ୫ ଦିନ ବ୍ୟାଙ୍କିଙ୍ଗ୍ ସେବା ପ୍ରଭାବିତ ହୋଇପାରେ । ୫ ଦିନ କାର୍ଯ୍ୟ ସପ୍ତାହ କାର୍ଯ୍ୟାନ୍ୱୟନରେ ବିଳମ୍ବ, ପ୍ରଦର୍ଶନ-ସଂଯୁକ୍ତ ପ୍ରୋତ୍ସାହନ(ପିଏଲ୍ଆଇ) ସ୍କିମକୁ ନେଇ ମତଭେଦ ଏବଂ ପେନସନ୍ ପ୍ରସଙ୍ଗ ସହ ଅନ୍ୟାନ୍ୟ ପିଛିଲା ଦାବିକୁ ନେଇ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିୟନ୍ସ(ୟୁଏଫ୍ବିୟୁ) ଶୁକ୍ରବାର ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି । ୧୧ ତାରିଖ ଶୁକ୍ରବାର ଧର୍ମଘଟ, ଶନିବାର ଏବଂ ରବିବାର ଛୁଟି ଓ ସୋମବାର ଗଣେଷ ପୂଜା ଏବଂ ମଙ୍ଗଳବାର ନୂଆଖାଇ ଛୁଟି ଥିବାରୁ ରାଜ୍ୟରେ ମୋଟ ୫ ଦିନ ବ୍ୟାଙ୍କିଙ୍ଗ୍ ସେବା ଠପ୍ ହୋଇଯାଇପାରେ ।

ଶାଖାରେ ଚେକ୍ କ୍ଲିୟରାନ୍ସ, ଟଙ୍କା ଜମା ଏବଂ ଉଠାଣ ସହ ଅନ୍ୟାନ୍ୟ ସେବା ପ୍ରଭାବିତ ହେବ । ଧର୍ମଘଟରେ ରାଜ୍ୟରେ ଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ପ୍ରାୟ ୭୦ ହଜାର କର୍ମଚାରୀ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ୟୁଏଫ୍ବିୟୁ ଓଡ଼ିଶା ଶାଖାର ସଭାପତି ବୈଲୋଚନ ସାହୁ । ଶାଖା ଏବଂ କାର୍ଯ୍ୟାଳୟରେ ସେବା ବ୍ୟାହତ ହେବ । ଅନ୍ୟପକ୍ଷରେ, ଆଉ ୪ ଦିନ ଛୁଟି ରହିଛି । ଯଦିଓ ଏଟିଏମ୍ ଗୁଡ଼ିକରେ ଆଗୁଆ ଟଙ୍କା ଭରାଯାଇଛି ଏହା ଦିନେ ଦୁଇ ଦିନ ମଧ୍ୟରେ ଶେଷ ହୋଇଯାଇପାରେ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button