ରାଜ୍ୟ

Honking row : ହର୍ଣ୍ଣ ମାରିବାକୁ ନେଇ ତୁମୁଳ କାଣ୍ଡ : ASO ଓ ସାମ୍ବାଦିକଙ୍କୁ ଆକ୍ରମଣ,ତଦନ୍ତ କରୁଛି ପୋଲିସ

ଭୁବନେଶ୍ବର,୧୧ \୯ : ରାଜଧାନୀରେ ଚାଞ୍ଚଲ୍ୟ । ହର୍ଣ୍ଣ ମାରିବାକୁ ନେଇ ତୁମୁଳ କାଣ୍ଡ । କପଲ୍ ଙ୍କ ଲଙ୍କା କାଣ୍ଡ । ଆତଙ୍କ ଖେଳାଇଲେ ବଣ୍ଟି-ବବଲି । ନାକେଦମ୍ ହେଲା ପୁଲିସ୍ । ଏଭଳି ଘଟଣା ଘଟିଛି ଭୁବନେଶ୍ବର ରବିନ୍ଦ୍ର ମଣ୍ଡପ ନିକଟରେ ।

ସୂଚନା ଅନୁସାରେ ,ଗାଡ଼ି ସାଇଡ୍ କରିବାକୁ ହର୍ଣ୍ଣ ବଜାଇବାରୁ ASOଙ୍କୁ ରାସ୍ତାରେ ନିର୍ଦ୍ଧୁମ ମାଡ଼ ମାରିଲେ ଦମ୍ପତି । ରାସ୍ତାରେ ଯାଉଥିବା ଜଣେ ସାମ୍ବାଦିକ ASOଙ୍କୁ ବଞ୍ଚାଇବାରୁ ସାମ୍ୱାଦିକଙ୍କୁ ମଧ୍ୟ ଆକ୍ରମଣ କଲେ । ଜୀବନ ବିକଳରେ ସାମ୍ବାଦିକ ଜଣକ ରବୀନ୍ଦ୍ର ମଣ୍ଡପରେ ପଶି ଯାଇଥିଲେ ସୁଧା କମି ନଥିଲା ଆକ୍ରମଣ । ରବୀନ୍ଦ୍ର ମଣ୍ଡପ ଭିତରେ ସିକ୍ୟୁରିଟିଙ୍କୁ ମଧ୍ୟ ମାରପିଟ୍ କଲେ । ସାମ୍ବାଦିକ ହଲ୍ ଭିତରେ ଲୁଚିଥିବା ବେଳେ ସେଠାରେ ଯାଇ ତଣ୍ଟି ଚିପି ହତ୍ୟା କରିବାକୁ ମଧ୍ୟ ପଛାଇନଥିଲେ ଏମାନେ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button