ଦେଶ ବିଦେଶ
PM Modi: ୯/୧୧ ଆକ୍ରମଣକୁ ୨୫ ବର୍ଷ: ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ଆମେରିକାରେ ଘଟିଥିବା ଭୟଙ୍କର ୯/୧୧ ଆତଙ୍କବାଦୀ ଆକ୍ରମଣକୁ ୨୫ ବର୍ଷ ପୂରଣ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଏହି ଆକ୍ରମଣର ଶିକାର ହୋଇଥିବା ମୃତକମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ନୂଆଦିଲ୍ଲୀ: ଆମେରିକାରେ ଘଟିଥିବା ଭୟଙ୍କର ୯/୧୧ ଆତଙ୍କବାଦୀ ଆକ୍ରମଣକୁ ୨୫ ବର୍ଷ ପୂରଣ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଏହି ଆକ୍ରମଣର ଶିକାର ହୋଇଥିବା ମୃତକମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାସହ ସମଗ୍ର ବିଶ୍ୱରୁ ଆତଙ୍କବାଦକୁ ମୂଳରୁ ନିପାତ କରିବା ପାଇଁ ଭାରତର ଦୃଢ଼ ସଙ୍କଳ୍ପକୁ ସେ ପୁନର୍ବାର ଦୋହରାଇଛନ୍ତି। ନିଜର ସୋସିଆଲ ମିଡିଆ ”ଏକ୍ସ”ରେ ଏକ ବାର୍ତ୍ତା ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ଘଟଣାର ୨୫ ବର୍ଷ ପରେ ବି ଭାରତ ସେହି ଭୟାନକ ସ୍ମୃତିକୁ ମନେ ରଖିଛି ଏବଂ ନିଜର ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କ ସହ ଦୃଢ଼ତାର ସହ ଛିଡ଼ା ହୋଇଛି।
ସୌଜନ୍ୟ ସମ୍ବାଦ




