ରାଜ୍ୟ

Healthcare facilities: ଖଣିଅଞ୍ଚଳବାସୀଙ୍କ ବହୁ ପ୍ରତୀକ୍ଷାର ଅନ୍ତ; ଏନ୍‌ଆର୍‌ସି, ମା’ଗୃହ ଓ ପିଏଚ୍‌ସି ଲୋକାର୍ପିତ

କ୍ରୋମ୍‌ ଉପତ୍ୟକାର ପ୍ରତ୍ୟକ୍ଷ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ବହୁ ପ୍ରତୀକ୍ଷିତ ଦାବି ପୂରଣ ହୋଇଛି। କାଳିଆପାଣିରେ ଆଜି ପୁଷ୍ଟି ସାଧନ କେନ୍ଦ୍ର(ଏନ୍‌ଆର୍‌ସି), ମା’ଗୃହ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍‌ସି) ଓ ଜିନ୍ଦଲ ସ୍ବ‌ାସ୍ଥ୍ୟ ପ୍ରତିଷ୍ଠା କେନ୍ଦ୍ର ଉଦ୍‌ଘାଟିତ ହୋଇଛି।

କାଳିଆପାଣି (ରବି ନାରାୟଣ କର): କ୍ରୋମ୍‌ ଉପତ୍ୟକାର ପ୍ରତ୍ୟକ୍ଷ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ବହୁ ପ୍ରତୀକ୍ଷିତ ଦାବି ପୂରଣ ହୋଇଛି। କାଳିଆପାଣିରେ ଆଜି ପୁଷ୍ଟି ସାଧନ କେନ୍ଦ୍ର(ଏନ୍‌ଆର୍‌ସି), ମା’ଗୃହ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍‌ସି) ଓ ଜିନ୍ଦଲ ସ୍ବ‌ାସ୍ଥ୍ୟ ପ୍ରତିଷ୍ଠା କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଗୋଟିଏ କୋଠାତଳେ ଥିବା ଏହି ୪ ଜନହିତକର ପ୍ରକଳ୍ପକୁ ସମବାୟ, ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ଡ. ପ୍ରଦୀପ ବଳସାମନ୍ତ ଉଦ୍‌ଘାଟନ କରି ଲୋକାର୍ପଣ କରିଛନ୍ତି। ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ଓ ଜିଲ୍ଲାପାଳ ଅମ୍ବର କୁମାର କର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଖଣି ପାରିପାର୍ଶ୍ବିକ ଅଞ୍ଚଳବାସୀଙ୍କ ସ୍ବାସ୍ଥ୍ୟସେବା ପାଇଁ ତାଙ୍କ ସେବା ଅବ୍ୟାହତ ରହିବ ବୋଲି ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button