ଦେଶ ବିଦେଶ

UCC: ବିହାରରେ କୌଣସି ମୂଲ୍ୟରେ ଲାଗୁ ହେବ ନାହିଁ ୟୁସିସି: ଶ୍ୟାମ ରଜକ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୦୨୯ ପୂର୍ବରୁ ବିଜେପି ଓ ବିଜେପି ନେତୃତ୍ବାଧୀନ ସରକାର ଥିବା ୨୧ଟି ରାଜ୍ୟରେ ସମାନ ନାଗରିକ ସଂହିତା ବା ୟୁସିସି ଲାଗୁ କରାଯିବ ବୋଲି ଘୋଷଣା କରିବା ପରେ ବିହାରରେ ଏହାକୁ ନେଇ ରାଜନୈତିକ ମତଭେଦ ସାମ୍ନାକୁ ଆସିଛି।

ପାଟନା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୦୨୯ ପୂର୍ବରୁ ବିଜେପି ଓ ବିଜେପି ନେତୃତ୍ବାଧୀନ ସରକାର ଥିବା ୨୧ଟି ରାଜ୍ୟରେ ସମାନ ନାଗରିକ ସଂହିତା ବା ୟୁସିସି ଲାଗୁ କରାଯିବ ବୋଲି ଘୋଷଣା କରିବା ପରେ ବିହାରରେ ଏହାକୁ ନେଇ ରାଜନୈତିକ ମତଭେଦ ସାମ୍ନାକୁ ଆସିଛି। ଜେଡିୟୁର ବରିଷ୍ଠ ବିଧାୟକ ଶ୍ୟାମ ରଜକ କହିଛନ୍ତି, ବିହାରରେ କୌଣସି ପରିସ୍ଥିତିରେ ୟୁସିସି ଲାଗୁ ହେବ ନାହିଁ।

ଏହା ପୂର୍ବରୁ ରବିବାର ମୁମ୍ବାଇରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଅମିତ ଶାହ କହିଥିଲେ ଯେ ୨୦୨୯ ପୂର୍ବରୁ ବିଜେପି ଓ ଏହାର ନେତୃତ୍ବାଧୀନ ସରକାର ଥିବା ସମସ୍ତ ୨୧ଟି ରାଜ୍ୟରେ ୟୁସିସି ଲାଗୁ କରାଯିବ। ୟୁସିସି ଅଧୀନରେ ବିବାହ, ଛାଡ଼ପତ୍ର, ଉତ୍ତରାଧିକାର, ସମ୍ପତ୍ତି ବଣ୍ଟନ, ପୋଷ୍ୟ ସନ୍ତାନ ଗ୍ରହଣ, ଭରଣପୋଷଣ ଓ ଇଚ୍ଛାପତ୍ର ଭଳି ବ୍ୟକ୍ତିଗତ ଆଇନ ସମ୍ପର୍କିତ ବିଷୟରେ ସମସ୍ତଙ୍କ ପାଇଁ ସମାନ ନିୟମ ରହିବ। ଶାହଙ୍କ ଘୋଷଣା ପରେ ଜେଡିୟୁ ବିଧାୟକଙ୍କ ଏହି ମତ ବିହାରର ଏନ୍‌ଡିଏ ମେଣ୍ଟ ମଧ୍ୟରେ ୟୁସିସିକୁ ନେଇ ଥିବା ମତଭେଦକୁ ସ୍ପଷ୍ଟ କରିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button