Rajasthan: ରାଜସ୍ଥାନ ପୌର ନିର୍ବାଚନ: କୋଟା, ଉଦୟପୁର ଓ ଜୟପୁରରେ ବିଜେପି ବିଜୟୀ
ରାଜସ୍ଥାନରେ ପୌର ନିର୍ବାଚନ ଫଳ ଆଜି ଘୋଷଣା ହୋଇଛି। ୧୦ ପୌର ନିଗମ, ୫୧ ପୌର ପରିଷଦ ଏବଂ ୨୪୮ ପୌରପାଳିକା ବିଶିଷ୍ଟ ୩୦୯ଟି ପୌର ସଂସ୍ଥାରେ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ୧୦,୨୪୫ କାଉନସିଲର ନିର୍ବାଚିତ ହୋଇଛନ୍ତି।

ଜୟପୁର: ରାଜସ୍ଥାନରେ ପୌର ନିର୍ବାଚନ ଫଳ ଆଜି ଘୋଷଣା ହୋଇଛି। ୧୦ ପୌର ନିଗମ, ୫୧ ପୌର ପରିଷଦ ଏବଂ ୨୪୮ ପୌରପାଳିକା ବିଶିଷ୍ଟ ୩୦୯ଟି ପୌର ସଂସ୍ଥାରେ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ୧୦,୨୪୫ କାଉନସିଲର ନିର୍ବାଚିତ ହୋଇଛନ୍ତି। ଶାସକ ବିଜେପି ରାଜସ୍ଥାନ ପୌର ନିର୍ବାଚନରେ ୪,୧୭୧ ୱାର୍ଡରେ ଜିତିଥିବାବେଳେ ବିରୋଧୀ ଦଳ କଂଗ୍ରେସ ୩,୫୯୭ ୱାର୍ଡରେ ଜିତିଛି। ମୋଟ୍ ୧୦,୨୦୦ ୱାର୍ଡରେ ଫଳାଫଳ ଘୋଷଣା ହୋଇଛି। ପ୍ରମୁଖ ପୌର ନିଗମ ଗୁଡ଼ିକରେ ମିଶ୍ରି ଫଳ ଦୃଶ୍ୟ ଦେଖିବାକୁ ମିଳିଛି। ଉଦୟପୁରରେ ୮୦ ୱାର୍ଡରୁ ବିଜେପି ୫୩ ୱାର୍ଡରେ ଜିତିଛି। ୭୦ ସଦସ୍ୟ ବିଶିଷ୍ଟ ଭିଲୱାଡ଼ାରେ ଏହା ୪୫ ୱାର୍ଡ ଏବଂ ୧୦୦ ସଦସ୍ୟ ବିଶିଷ୍ଟ କୋଟାରେ ୫୩ ୱାର୍ଡରେ ଜିତିଛି। ରାଜ୍ୟ ନିର୍ବାଚନ କମିସନ୍ ତଥ୍ୟ ଅନୁଯାୟୀ ବିଜେପି କୋଟା, ଜୟପୁର ଏବଂ ଉଦୟପୁରରେ ବିଜୟୀ ହୋଇଛି। ଅନ୍ୟପକ୍ଷେ କଂଗ୍ରେସ ଅଜମେର, ବିକାନେର ଏବଂ ଅଲୱରରେ ବିଜୟୀ ହୋଇଛି। ଅଜମେରରେ କଂଗ୍ରେସ ୩୭ ୱାର୍ଡରେ ଜିତିଥିବାବେଳେ ବିଜେପି ୩୨ରେ ଜିତିଛି।
ସୌଜନ୍ୟ ସମ୍ବାଦ




