ଦେଶ ବିଦେଶ
BJP: ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ କୈଳାସ ଚାନ୍ଦ, ପର୍ବତସର ୱାର୍ଡ୍ରେ କେବଳ ଗୋଟିଏ ଭୋଟ୍ ପାଇଲେ
ରାଜସ୍ଥାନ ପୌର ନିର୍ବାଚନ ଫଳ ଆଜି ପ୍ରକାଶ ପାଇଛି। ନିର୍ବାଚନ ଫଳ ଘୋଷଣା ସମୟରେ ଡିଡୱାନା- କୁଚାମନ ଜିଲ୍ଲା ଅଧୀନ ପର୍ବତସର ପୌରପାଳିକାର ୧୩ ନମ୍ବର ୱାର୍ଡରେ ନିର୍ବାଚନ ଲଢ଼ିଥିବା ଜଣେ ପ୍ରାର୍ଥୀ କୈଳାସ ଚାନ୍ଦଙ୍କୁ କେବଳ ଗୋଟିଏ ଭୋଟ୍ ମିଳିଛି।

ନୂଆଦିଲ୍ଲୀ: ରାଜସ୍ଥାନ ପୌର ନିର୍ବାଚନ ଫଳ ଆଜି ପ୍ରକାଶ ପାଇଛି। ନିର୍ବାଚନ ଫଳ ଘୋଷଣା ସମୟରେ ଡିଡୱାନା- କୁଚାମନ ଜିଲ୍ଲା ଅଧୀନ ପର୍ବତସର ପୌରପାଳିକାର ୧୩ ନମ୍ବର ୱାର୍ଡରେ ନିର୍ବାଚନ ଲଢ଼ିଥିବା ଜଣେ ପ୍ରାର୍ଥୀ କୈଳାସ ଚାନ୍ଦଙ୍କୁ କେବଳ ଗୋଟିଏ ଭୋଟ୍ ମିଳିଛି। ରାଜ୍ୟ ନିର୍ବାଚନ କମିସନ୍ ୱେବସାଇଟ୍ ଅନୁଯାୟୀ କଂଗ୍ରେସ ପ୍ରାର୍ଥୀ ହିନା ଖାନମ ୩୭୬ ଖଣ୍ଡ ଭୋଟ୍ରେ ୧୩ ନମ୍ବର ୱାର୍ଡରେ ଜିତିଥିବାବେରେ ସ୍ବାଧୀନ ପ୍ରାର୍ଥୀ ରଶିଦ ଖାନ୍ ୧୭୫ ଖଣ୍ଡ ଭୋଟ୍ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି।
ସୌଜନ୍ୟ ସମ୍ବାଦ




