ଦେଶ ବିଦେଶ
TMC: ନଗାଓଁ ନିର୍ବାଚନ ଲଢ଼ିବନି ଟିଏମ୍ସି ଆସାମ ଶାଖା
ନିର୍ବାଚନ କମିସନ୍ ତୃଣମୂଳ କଂଗ୍ରେସ ଦଳର ନାମ ଓ ନିର୍ବାଚନୀ ଚିହ୍ନକୁ ଅଚଳ କରିଦେବା ପରେ ଏହି ନିଷ୍ପତ୍ତିକୁ ବିରୋଧ କରି ଟିଏମ୍ସି ଆସାମ ଶାଖା ଆଗାମୀ ନଗାଓଁ ଲୋକସଭା ଉପନିର୍ବାଚନ ଲଢ଼ିବନି ବୋଲି ନିଷ୍ପତ୍ତି ନେଇଛି

ନୂଆଦିଲ୍ଲୀ: ନିର୍ବାଚନ କମିସନ୍ ତୃଣମୂଳ କଂଗ୍ରେସ ଦଳର ନାମ ଓ ନିର୍ବାଚନୀ ଚିହ୍ନକୁ ଅଚଳ କରିଦେବା ପରେ ଏହି ନିଷ୍ପତ୍ତିକୁ ବିରୋଧ କରି ଟିଏମ୍ସି ଆସାମ ଶାଖା ଆଗାମୀ ନଗାଓଁ ଲୋକସଭା ଉପନିର୍ବାଚନ ଲଢ଼ିବନି ବୋଲି ନିଷ୍ପତ୍ତି ନେଇଛି। ଦଳ ପୂର୍ବରୁ ଅବଦୁଲ ସଲାମଙ୍କୁ ଉପନିର୍ବାଚନ ପାଇଁ ଏହାର ପ୍ରାର୍ଥୀ ଘୋଷଣା କରିଥିଲା। ଦଳର ରାଜ୍ୟ ସଂଯୋଜକ ଶେରମାନ ଅଲି ଅହମଦ ଏକ ବିବୃତି ଜାରି କରି କହିଛନ୍ତି ଯେ, ଆମ ଅଧ୍ୟକ୍ଷ ମମତା ବାନାର୍ଜୀଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତିକୁ ଆମେ ସମର୍ଥନ କରୁଛୁ।
ସୌଜନ୍ୟ ସମ୍ବାଦ




