ରାଜ୍ୟ

Riamaal Murder Case: ଝିଅର ପ୍ରେମିକକୁ ପୋଡ଼ି, ଜେଲ୍ ଗଲେ ନରୋତ୍ତମ

ଦେବଗଡ଼ ରିଆମାଳରେ ଝିଅର ପ୍ରେମିକ ସିଲୁ ରାୟଙ୍କ ମୃତ୍ୟୁ ଘଟଣାରେ ନରୋତ୍ତମ ବେହେରାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ୍‌ ନାମଞ୍ଜୁର ପରେ ତାଙ୍କୁ ଦେବଗଡ଼ ଜେଲ୍‌ ହାଜତକୁ ପଠାଯାଇଛି।

ରିଆମାଳ: ରିଆମାଳ ଥାନା ଲକ୍ଷ୍ମୀଛକ ଠାରେ ପ୍ରେମିକା ଘରେ ପ୍ରେମିକ ସିଲୁ ରାୟକୁ ଜାଳି ଦେବା ଘଟଣାରେ ପ୍ରେମିକାର ପିତା ନରୋତ୍ତମ ବେହେରାକୁ କୋର୍ଟ ଚାଲାଣ କରାଯାଇଛି।

ପୁଲିସ ତଦନ୍ତର ପଚରାଉଚରା ସମୟରେ ନରୋତ୍ତମ ଏକା ହିଁ ହତ୍ୟା କରିଥିବା ସ୍ୱୀକାର କରିଥିଲା।ତାଙ୍କ ସ୍ୱୀକାରୋକ୍ତି ପରେ, ଘଟଣାକ୍ରମ ଯାଞ୍ଚ କରିବା ପାଇଁ ଦେବଗଡ଼ ପୁଲିସ ଏଏସପି ଧୀରଜ ଚୋପଦାର, ଡିଏସପି ରମେଶ ମାହାନାଙ୍କ ଉପସ୍ଥିତିରେ ନରୋତ୍ତମକୁ ଘଟଣା ସ୍ଥଳକୁ ନେଇ ଡେମୋ କରାଯାଇ ଭିଡିଓ କରାଯାଇ ଥିଲା।
ନରୋତ୍ତମର ବୟାନ ଅନୁସାରେ, ପ୍ରେମିକ ସିଲୁ ରାୟ ବୁଧବାର ବିଳମ୍ବିତ ରାତିରେ ପ୍ରେମିକାଙ୍କ ଘରକୁ ଯାଇଥିଲା । ପରିବାର ସହ ଘରେ ଝଗଡ଼ା ହୋଇଥିଲା।, ଏହି ସମୟରେ ନରୋତ୍ତମ ଏକ ଲୁହା ରଡ୍ ସାହାଯ୍ୟରେ ସିଲୁଙ୍କୁ ଆକ୍ରମଣ କରିଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରି ମୃତଦେହକୁ ନରୋତ୍ତମ ପୋଡ଼ି ଦେଇଥିବା କହିଛନ୍ତି। ଏହି ଘଟଣା ପରେ, ରିଆମାଳ ପୁଲିସ ସିଲୁଙ୍କ ପ୍ରେମିକା, ତାଙ୍କ ବାପା ନରୋତ୍ତମ ଏବଂ ତାଙ୍କ ମାଆଙ୍କୁ ପଚରାଉଚରା ପାଇଁ ଅଟକ ରଖିଥିଲା। ସମସ୍ତ ପ୍ରକାର ତଦନ୍ତ ପରେ ନରୋତ୍ତମକୁ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଏହା ପରେ କୋର୍ଟ ଚାଲାଣ କରାଯାଇ ଥିଲା। ଜାମିନ୍ ନାମଞ୍ଜୁର ହେବାରୁ ଦେବଗଡ଼ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button