ରାଜ୍ୟ
Forester Suspended: ବିନା ଅନୁମତିରେ ଗଛକଟା ଓ ଆର୍ଥିକ ଅନିୟମିତତା ଅଭିଯୋଗ: ଫରେଷ୍ଟର ବିପିନ କୁମାର ହରିଜନ ସସ୍ପେଣ୍ଡ
ବିନା ଅନୁମତିରେ ଗଛକଟା ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ନବରଙ୍ଗପୁର ଡାବୁଗାଁ ରେଞ୍ଜର ଫରେଷ୍ଟର ବିପିନ କୁମାର ହରିଜନଙ୍କୁ ସସ୍ପେଣ୍ଡ କଲେ ଡିଏଫଓ। ବିପିନ କୁମାର ହରିଜନ ଝରିଗାଁ ମୋହରା ସେକ୍ସନରେ କାର୍ଯ୍ୟରତ ଥିବା ବେଳେ ବେଆଇନ ଗଛ କାଟିଥିଲେ।

ନବରଙ୍ଗପୁର: ଡାବୁଗାଁ ରେଞ୍ଜ ମୈଦଲପୁର ସେକ୍ସନ ଫରେଷ୍ଟର ବିପିନ କୁମାର ହରିଜନଙ୍କୁ ସସ୍ପେଣ୍ଡ କଲେ ନବରଙ୍ଗପୁର ଡିଏଫଓ ଉଦୟନ଼ ସୁବୁଦ୍ଧି।
ବିନା ଅନୁମତିରେ ଗଛକଟା ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ସସ୍ପେଣ୍ଡ କରା ଯାଇଛି।
କାରଣ ଦର୍ଶାଅ ନୋଟିସର ଉତ୍ତର ସନ୍ତୋଷଜନକ ନହେବାରୁ କାର୍ଯ୍ୟାନୁଷ୍ଠାନ
ବିପିନ କୁମାର ହରିଜନ ଝରିଗାଁ ମୋହରା ସେକ୍ସନରେ କାର୍ଯ୍ୟରତ ଥିବା ବେଳେ ବେଆଇନ ଗଛ କାଟିଥିଲେ। ସେ ଦେଓବନ୍ଧ-ଜାମାଦରପଡ଼ା ରାସ୍ତାରେ ବେଆଇନ ଗଛ କାଟିଥିଲେ। କାରଣ ଦର୍ଶାଅ ନୋଟିସର ଉତ୍ତର ସନ୍ତୋଷଜନକ ନହେବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ସୌଜନ୍ୟ ସମ୍ବାଦ




