ରାଜ୍ୟ

Congress: ଭାପୁରରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ: ସ୍ୱାସ୍ଥ୍ୟ, ଶିକ୍ଷା ଓ ରାସ୍ତା ସମସ୍ୟା ନେଇ ସରକାରଙ୍କୁ ଘେରିଲା ଦଳ

ଭାପୁରରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ସ୍ୱାସ୍ଥ୍ୟକେନ୍ଦ୍ରରେ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗର ତଦନ୍ତ, ଡାକ୍ତର ଓ ଶିକ୍ଷକ ଅଭାବ ସହ ରାସ୍ତା ସମସ୍ୟାର ସମାଧାନ ଦାବି। ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଦଳୀୟ ନେତାମାନେ କହିଛନ୍ତି।

ଭାପୁର: ଭାପୁରରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ଅଞ୍ଚଳର ସ୍ୱାସ୍ଥ୍ୟ, ଶିକ୍ଷା ଓ ରାସ୍ତାଘାଟ ସମସ୍ୟାକୁ ନେଇ ସରକାର ଓ ପ୍ରଶାସନକୁ ଘେରିଛି କଂଗ୍ରେସ ଦଳ। ଭାପୁର ଡାକ ବଙ୍ଗଳା ପରିସରରେ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ କୁମାର ଦାସଙ୍କ ସଭାପତିତ୍ୱରେ ହୋଇଥିଲା ସାମ୍ବାଦିକ ସମ୍ମିଳନୀ। ଭାପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଘଟଣାର ତଦନ୍ତ ଓ ଦାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ।

ତୁରନ୍ତ ସମାଧାନ ଦାବି କରିଛି କଂଗ୍ରେସ

ଏଥିସହ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ, ବିଦ୍ୟାଳୟରେ ଶିକ୍ଷକ ଓ ଶ୍ରେଣୀଗୃହ ଅଭାବ ସହ ରାସ୍ତାଘାଟ ସମସ୍ୟା ନେଇ କଂଗ୍ରେସ୍ ଦଳ ପ୍ରଶ୍ନ ଉଠାଇଛି। ଏସବୁ ସମସ୍ୟାର ତୁରନ୍ତ ସମାଧାନ ଦାବି କରିଛି କଂଗ୍ରେସ। ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଦଳୀୟ ନେତାମାନେ କହିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button