ରାଜ୍ୟ
Accident: ୨୨ ଚକିଆ ଟ୍ରକ୍ ଦୁର୍ଘଟଣା: ଫସିଥିବା ଚାଳକ ଓ ହେଲ୍ପରଙ୍କୁ ଉଦ୍ଧାର କଲା ପୁଲିସ
ଆଇରନ୍ ଫ୍ୟାକ୍ଟ୍ରି ଅଞ୍ଚଳରେ ୨୨ ଚକିଆ ଟ୍ରକ୍ ଦୁର୍ଘଟଣା। ଫସିଥିବା ଚାଳକ ଓ ହେଲ୍ପରଙ୍କୁ ଉଦ୍ଧାର କରି ବୁର୍ଲା ହସ୍ପିଟାଲକୁ ନେଲା ପାଟ୍ରୋଲିଂ ପୁଲିସ।

ସମ୍ବଲପୁର: ଗତ ରାତି ପ୍ରାୟ ୧୧ଟା ୫୮ ମିନିଟ୍ ସମୟରେ ରାତ୍ରି ପାଟ୍ରୋଲିଂ ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀମାନେ ଆଇରନ୍ ଫ୍ୟାକ୍ଟ୍ରି ଅଞ୍ଚଳ ନିକଟସ୍ଥ ମହିନ୍ଦ୍ରା ସୋ’ରୁମ୍ ସମ୍ମୁଖରେ ଏକ ୨୨ ଚକିଆ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିଥିଲେ।
ବୁର୍ଲା ହସ୍ପିଟାଲକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ
ଦୁର୍ଘଟଣା ପରେ ଟ୍ରକ୍ ଭିତରେ ଚାଳକ ଓ ହେଲ୍ପର ଫସି ରହିଥିବା ସହ ଆହତ ହୋଇଥିବା ଜଣାପଡ଼ିଥିଲା। ପୁଲିସ ଟିମ୍ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ପାଟ୍ରୋଲିଂ ଗାଡ଼ିରେ ବୁର୍ଲା ହସ୍ପିଟାଲକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।
ଆହତଙ୍କ ମଧ୍ୟରୁ ଜଣଙ୍କର ଡାହାଣ ହାତ ଓ କାନରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଦିଆଯାଉଛି।
ଘଟଣା ସମ୍ପର୍କରେ ତୁରନ୍ତ ବରେଇପାଲି ଥାନାକୁ ଅବଗତ କରାଯାଇଥିଲା। ଏନେଇ ଆବଶ୍ୟକୀୟ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।
ସୌଜନ୍ୟ ସମ୍ବାଦ




