ରାଜ୍ୟ

ମନମାନି ପଡ଼ିଲା ମହଙ୍ଗା: ବିନା ଅନୁମତିରେ କାଟିଲେ ଗଛ , ନିଲମ୍ବିତ ହେଲେ ଫରେଷ୍ଟର

ନବରଙ୍ଗପୁର, ୧୯/୦୯: ବିନା ଅନୁମତିରେ ଗଛକଟା ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ନବରଙ୍ଗପୁର ଜିଲ୍ଲାର ଜଣେ ଫରେଷ୍ଟର ନିଲମ୍ବିତ ହୋଇଛନ୍ତି। ଡାବୁଗାଁ ରେଞ୍ଜ ଅଧୀନ ମୈଦଲପୁର ସେକ୍ସନର ଫରେଷ୍ଟର ବିପିନ କୁମାର ହରିଜନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।

ସୂଚନା ଅନୁସାରେ, ବିପିନ କୁମାର ହରିଜନ ଝରିଗାଁ ରେଞ୍ଜର ମୋହରା ସେକ୍ସନରେ କାର୍ଯ୍ୟରତ ଥିବା ସମୟରେ ଦେଓବନ୍ଧରୁ ଜାମାଦରପଡ଼ା ରାସ୍ତାରେ ବିନା ଅନୁମତିରେ ନୀଳଗିରି ଗଛ କାଟିଥିବା ଅଭିଯୋଗ ହୋଇଥିଲା। ଏଥିସହ ତାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ନେଇ ମଧ୍ୟ ଅଭିଯୋଗ ରହିଥିଲା। ଏହି ଅଭିଯୋଗକୁ ନେଇ ବନ ବିଭାଗ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ତେବେ ନୋଟିସ୍ର ଉତ୍ତର ସନ୍ତୋଷଜନକ ନଥିବା ଦର୍ଶାଇ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ଶୁକ୍ରବାର ବିଳମ୍ବିତ ରାତିରେ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ବିପିନ କୁମାର ହରିଜନଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button