ରାଜ୍ୟ
Shri Jagannath Darshan Yojana: ଆରମ୍ଭ ହେଲା ‘ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା’: ୧୩ ଜିଲ୍ଲାର ୧୦,୫୩୫ ଭକ୍ତ ପାଇବେ ବିଶେଷ ଦର୍ଶନ ସୁବିଧା
ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜିଠୁ ଆରମ୍ଭ ହୋଇଛି ‘ଶ୍ରୀଜଗନ୍ନାଥଙ୍କ ଦର୍ଶନ ଯୋଜନା’। ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯୋଜନାରେ ୧୩ଟି ଜିଲ୍ଲାର ୧୦,୫୩୫ ଭକ୍ତ ବିଶେଷ ଦର୍ଶନର ସୁଯୋଗ ପାଇବେ।

ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜିଠୁ ଆରମ୍ଭ ହୋଇଛି ‘ଶ୍ରୀଜଗନ୍ନାଥଙ୍କ ଦର୍ଶନ ଯୋଜନା’। ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯୋଜନାରେ ୧୩ଟି ଜିଲ୍ଲାର ୧୦,୫୩୫ ଭକ୍ତ ବିଶେଷ ଦର୍ଶନର ସୁଯୋଗ ପାଇବେ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ଼, କନ୍ଧମାଳରୁ ଭକ୍ତମାନେ ଦର୍ଶନ ପାଇଁ ଆସିବେ। ଭକ୍ତମାନେ ଯେପରି ଭଲ ଅନୁଭବ ନେଇ ଫେରିବେ ସେନେଇ ସର୍କିଟ ହାଉସରେ ବୈଠକ କରାଯାଇଥିଲା।
ବୈଠକରେ ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଓଏସ୍ଆର୍ଟିସିର ଜିଲ୍ଲା ମ୍ୟାନେଜର ତପସ୍ବିନୀ ଭଟ୍ଟ, ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ରୂପେଶ ରାଉତ, ଦେବସ୍ମିତା ମହାନ୍ତିଙ୍କ ସମେତ ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ




