ରାଜ୍ୟ

Betting app fraud network: ଗଞ୍ଜାମରେ ବେଟିଂ ଆପ୍ ଠକେଇ ନେଟ୍‌ୱର୍କ: ଝାଡ଼ଖଣ୍ଡ ଓ ଛତିଶଗଡ଼ର ତିନି ଯୁବକ ଗିରଫ

ଅନ୍‌ଲାଇନ୍ ବେଟିଂ ଆପ୍ ଜରିଆରେ ଲୋକଙ୍କୁ ପ୍ରଲୋଭନ ଦେଖାଇ ଠକେଇର ଜାଲ ବିଛାଇଥିବା ଏକ ନେଟ୍‌ୱର୍କକୁ ଗଞ୍ଜାମ ଜିଲ୍ଲା ସାଇବର ପୁଲିସ କାବୁ କରିଛି। ଏଥିରେ ସଂପୃକ୍ତ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଛତ୍ରପୁର: ଅନ୍‌ଲାଇନ୍ ବେଟିଂ ଆପ୍ ଜରିଆରେ ଲୋକଙ୍କୁ ପ୍ରଲୋଭନ ଦେଖାଇ ଠକେଇର ଜାଲ ବିଛାଇଥିବା ଏକ ନେଟ୍‌ୱର୍କକୁ ଗଞ୍ଜାମଜିଲ୍ଲା ସାଇବର ପୁଲିସ କାବୁ କରିଛି। ଏଥିରେ ସଂପୃକ୍ତ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡର ଶତ୍ରୁଘ୍ନ କୁମାର ପାଣ୍ଡେ, ଛତିଶଗଡ଼ର ଧର୍ମଦାସ ମାଣିକପୁରୀ ଓ ଜଗଦୀଶ ସେଠୀ ଓରଫ ସୂରଜ। ସେମାନଙ୍କ ଠାରୁ ୭୮ଟି ଏଟିଏମ୍‌/ଡେବିଟ୍ କାର୍ଡ, ୮୬ଟି ସିମ୍, ୧୪ଟି ସ୍ମାର୍ଟଫୋନ୍, ଲାପଟପ୍ ଓ ବିଭିନ୍ନ ବ୍ୟାଙ୍କ୍ ଦଲିଲ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଗଞ୍ଜାମ ଏସ୍‌ପି ହରୀଶ ବିଶି ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଝାଡ଼ଖଣ୍ଡ ଓ ଛତିଶଗଡ଼ର ତିନି ଯୁବକ ଗିରଫ
୭୮ ଏଟିଏମ୍ କାର୍ଡ, ୮୬ ସିମ୍ ଓ ୧୪ ମୋବାଇଲ୍ ଜବତ

ରମ୍ଭା ଥାନା ଅଧୀନ ଗଜପତିନଗର ଅଞ୍ଚଳରେ କିଛି ବାହାର ରାଜ୍ୟର ଯୁବକ ଭଡ଼ାଘର ନେଇ ରହୁଥିଲେ। ସେମାନେ ଅନ୍‌ଲାଇନ୍ ବେଟିଂ ଆପ୍‌ର ପ୍ରଚାର ଓ ପରିଚାଳନା କରୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ପରେ ସାଇବର ଥାନା ପୁଲିସ ସେଠାରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଶତ୍ରୁଘ୍ନ ଓ ଧର୍ମକୁ କାବୁ କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ମୋବାଇଲ୍ ନମ୍ବର ଆଧାରରେ ତଦନ୍ତ କରି ଚମାଖଣ୍ଡି ଅଞ୍ଚଳରୁ ଜଗଦୀଶ ସେଠୀ ଓରଫ ସୂରଜକୁ ଗିରଫ କରାଯାଇଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button