ଦେଶ ବିଦେଶ
Water Crisis: ଶୁଖିଲା ପଡ଼ିଛି ଆନ୍ଧ୍ରପ୍ରଦେଶର ଚିତ୍ରାବତୀ ନଦୀ: ଗଣପତିଙ୍କୁ ବାଲିରେ ବିସର୍ଜନ
ଆନ୍ଧ୍ରପ୍ରଦେଶର ପୁଟ୍ଟାଲୁରୁରେ ମରୁଡ଼ି ପଡ଼ିଛି। ଚିତ୍ରାବତୀ ନଦୀ ସମ୍ପୂର୍ଣ୍ଣ ଶୁଖିଯାଇଛି। ଏବେ ନଦୀ ଗର୍ଭରେ ପାଣି ବଦଳରେ ଖାଲି ଶୁଖିଲା ବାଲି ରହିଛି। ପରିସ୍ଥିତି ଏପରି ହୋଇଛି ଯେ, ଗଣେଶ ମୂର୍ତ୍ତି ବିସର୍ଜନ କରିବା ପାଇଁ ନଦୀରେ ପାଣି ନାହିଁ।

ଅମରାବତୀ:ଆନ୍ଧ୍ରପ୍ରଦେଶର ପୁଟ୍ଟାଲୁରୁରେ ମରୁଡ଼ି ପଡ଼ିଛି। ଚିତ୍ରାବତୀ ନଦୀ ସମ୍ପୂର୍ଣ୍ଣ ଶୁଖିଯାଇଛି। ଏବେ ନଦୀ ଗର୍ଭରେ ପାଣି ବଦଳରେ ଖାଲି ଶୁଖିଲା ବାଲି ରହିଛି। ପରିସ୍ଥିତି ଏପରି ହୋଇଛି ଯେ, ଗଣେଶ ମୂର୍ତ୍ତି ବିସର୍ଜନ କରିବା ପାଇଁ ନଦୀରେ ପାଣି ନାହିଁ। ଭୟଙ୍କର ମରୁଡ଼ି ମଧ୍ୟରେ ଏକ ହୃଦୟସ୍ପର୍ଶୀ ଚିତ୍ର ସାମ୍ନାକୁ ଆସିଛି। ଲୋକେ ବାଧ୍ୟ ହୋଇ ଚିତ୍ରାବତୀ ନଦୀ ବାଲିରେ ଗଣେଶଙ୍କ ମୂର୍ତ୍ତିଗୁଡ଼ିକୁ ରଖି ଚାଲିଯାଇଛନ୍ତି। ବିସର୍ଜନ ପାଇଁ ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ।
ସୌଜନ୍ୟ ସମ୍ବାଦ




