ରାଜ୍ୟ

Health Department: ସ୍ବାସ୍ଥ୍ୟ ବିଭାଗର ଭ୍ରମାତ୍ମକ ପୋଷ୍ଟକୁ ଭର୍ତ୍ସନା: ‘ଠିଆ ହୋଇ ପାଣି ପିଇଲେ ଗୋଡ଼ ଓ ଗଣ୍ଠି ବିନ୍ଧା ହୁଏ’

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ‘ଏକ୍ସ’ ହ୍ୟାଣ୍ଡେଲରୁ ପୋଷ୍ଟ ହୋଇଥିବା ଏକ ସ୍ବାସ୍ଥ୍ୟ ସୂଚନା ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ପୋଷ୍ଟରେ ଥିବା ଏହି ସ୍ବାସ୍ଥ୍ୟ ସୂଚନାକୁ ନେଇ ଡାକ୍ତରଙ୍କ ସମେତ ସାଧାରଣ ଜନତା ଭର୍ତ୍ସନା କରିଛନ୍ତି।

ଭୁବନେଶ୍ବର: ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ‘ଏକ୍ସ’ ହ୍ୟାଣ୍ଡେଲରୁ ପୋଷ୍ଟ ହୋଇଥିବା ଏକ ସ୍ବାସ୍ଥ୍ୟ ସୂଚନା ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ପୋଷ୍ଟରେ ଥିବା ଏହି ସ୍ବାସ୍ଥ୍ୟ ସୂଚନାକୁ ନେଇ ଡାକ୍ତରଙ୍କ ସମେତ ସାଧାରଣ ଜନତା ଭର୍ତ୍ସନା କରିଛନ୍ତି। ବିଭାଗର ‘ଏକ୍ସ’ ହ୍ୟାଣ୍ଡେଲକୁ ୬ଲକ୍ଷରୁ ଅଧିକ ଲୋକ ଫଲୋ ବା ଅନୁକରଣ କରୁଥିଲେ ହେଁ ଏହି ଭ୍ରମାତ୍ମକ ପୋଷ୍ଟକୁ ଆଜି ମଧ୍ୟ ହଟାଯାଇ ନାହିଁ। ତେଣୁ ବିଭାଗର ଏହି ସାମାଜିକ ଗଣମାଧ୍ୟମର ହ୍ୟାଣ୍ଡେଲକୁ କିଏ ପରିଚାଳନା କରୁଛି ଏବଂ ଏଭଳି ଭ୍ରମାତ୍ମକ ତଥ୍ୟ ପୋଷ୍ଟ କରିବା ପାଇଁ କିଏ ଅନୁମତି ଦେଲା ତାହାର ଖୋଳତାଡ଼ କରିବା ପାଇଁ ଡାକ୍ତର ମହଲରେ ଦାବି ହୋଇଛି।

‘ଠିଆ ହୋଇ ପାଣି ପିଇଲେ ଗୋଡ଼ ଓ ଗଣ୍ଠି ବିନ୍ଧା ହୁଏ’
ଏଭଳି କୌଣସି ବୈଜ୍ଞାନିକ କାରଣ ନାହିଁ: ସ୍ବାସ୍ଥ୍ୟ ବିଶେଷଜ୍ଞ

ବିଭାଗର ଏହି ‘ଏକ୍ସ’ ହ୍ୟାଣ୍ଡେଲରେ ବିଭିନ୍ନ ସଚେତନତା ସମେତ ଦୈନନ୍ଦିନ କାର୍ଯ୍ୟ ସଂପର୍କରେ ସୂଚନା ଦିଆଯାଇଥାଏ। ଦୁଇଦିନ ତଳେ ଏଥିରୁ ଏକ ପୋଷ୍ଟ ହୋଇଥିଲା। ଏଥିରେ ଲୋକମାନେ କ’ଣ କରିବା ଉଚିତ ଓ ଉଚିତ ନୁହେଁ, ୫ଟି ବିନ୍ଦୁ ଉପରେ ସଚେତନ କରାଯାଇଛି। ପ୍ରଥମରେ ଖାଲି ପେଟରେ ଚା’ ପିଇଲେ ଗ୍ୟାସ୍‌ ହୁଏ, ତେଣୁ ସକାଳେ ଉଷୁମ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି। ଦ୍ବିତୀୟରେ ‘ଠିଆ ହୋଇ ପାଣି ପିଇବା ଦ୍ବାରା ଗୋଡ଼ ଓ ଗଣ୍ଠି ବିନ୍ଧା ହୁଏ’, ସବୁବେଳେ ବସି ପାଣି ପିଅନ୍ତୁ। ତୃତୀୟରେ ଶୋଇବା ପୂର୍ବରୁ ମୋବାଇଲ ବ୍ୟବହାର ଦ୍ବାରା ‘ନିଦ ହୁଏନି ଓ ଥକ୍କା ଲାଗେ’, ଚତୁର୍ଥରେ ଡେରି ରାତିରେ ଭାରୀ ଖାଦ୍ୟ ‘ଓଜନ ଓ ମୋଟାପଣ ବଢ଼ାଇଥାଏ’ ଓ ପଞ୍ଚମରେ ସବୁବେଳେ ବସି ନ ରହି ପ୍ରତି ୧ଘଣ୍ଟାରେ ୫ମିନିଟ୍‌ ଚାଲିବାକୁ ପରାମର୍ଶ ଦିଆଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button