ରାଜ୍ୟ

Rainy Day: ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା, କର୍ମଚାରୀଙ୍କ ଛୁଟି ବାତିଲ, ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୨/୦୯: ପ୍ରବଳରୁ ଅତି ପ୍ରବଳ ବର୍ଷା ଥିବା ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାକୁ ଆଧାର କରି ବିଭିନ୍ନ ଜିଲ୍ଲାରେ ଆଗୁଆ ସ୍କୁଲ ଛୁଟି କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ସମେତ ଜଗତ୍‌ସିଂହପୁର, ମାଲକାନଗିରି, ଗଜପତି ଜିଲ୍ଲାରେ ମଙ୍ଗଳବାରଠୁ ୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ କେବଳ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି । ଶିକ୍ଷକମାନଙ୍କୁ ରୋଷ୍ଟର ଡ୍ୟୁଟି ସହ ଆଲର୍ଟ ରହିବାକୁ କୁହାଯାଇଛି ।

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମ ଜିଲ୍ଲା ଶିକ୍ଷା ଅଧିକାରୀ ସୋମବାର ରାତିରେ ଶିଶୁ ବାଟିକାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ଯାଏ ଥିବା ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ଚିଠି କରିଛନ୍ତି । ସେହିପରି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଏହି ତିନି ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି । ଏଥିସହ ମଙ୍ଗଳବାର ଥିବା ଏନ୍ଆର୍‌ଟିଏସ୍ ପରୀକ୍ଷାକୁ କରିବା ପାଇଁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ହୋଇଛି । ସମସ୍ତ ଶିକ୍ଷକମାନଙ୍କ ଛୁଟି ବାତିଲ କରାଯାଇଛି । ରୋଷ୍ଟର ଡ୍ୟୁଟିର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ହୋଇଛି । ଏପରିକି ୨୪ ଘଣ୍ଟିଆ ଆଲର୍ଟ ରହିବାକୁ ଛୁଟି ହୋଇଥିବା ଜିଲ୍ଲାମାନଙ୍କରେ ପ୍ରଧାନଶିକ୍ଷକ ଓ ଶିକ୍ଷକଙ୍କୁ ନିର୍ଦ୍ଦେଶ ହୋଇଛି ।

 

ଆଜିଠୁ ଗଜପତି, ମାଲକାନାଗିରି, ଜଗତ୍ସିଂହପୁର ଜିଲ୍ଲାରେ  ୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା କରାଯାଇଛି । କୋରାପୁଟ ଜିଲ୍ଲାରେ ଆସନ୍ତା ୨୫ ତାରିଖ ଯାଏ କୌଣସି ଶିକ୍ଷକ ଯେପରି ମୁଖ୍ୟାଳୟ ନଛାଡ଼ନ୍ତି ସେଥିଲାଗି ଆଲର୍ଟ କରାଯାଇଛି । ଗଞ୍ଜାମ ଜିଲ୍ଲାରେ କେବଳ ଅଙ୍ଗନବାଡ଼ି ଛୁଟି ହୋଇଥିବା ବେଳେ ସମସ୍ତ ଶିକ୍ଷକଙ୍କୁ ନେଇ ରୋଷ୍ଟର ଡ୍ୟୁଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି କୌଣସି ଶିକ୍ଷକ, କର୍ମଚାରୀ ଯେପରି କାର୍ଯ୍ୟକ୍ଷେତ୍ରରୁ ବାହାରକୁ ନଯାଆନ୍ତି ସେଥିଲାଗି କୁହାଯାଇଛି । ଏଥିସହ ଆବଶ୍ୟକ ହେଲେ ଆସନ୍ତାକାଲି ଛୁଟି ଘୋଷଣା ହୋଇପାରେ । କେବଳ ଏତିକି ନୁହେଁ ପୁରୀରେ ମଧ୍ୟ ରୋଷ୍ଟର ଡ୍ୟୁଟି ସହ ଆଲର୍ଟ ରହିବାକୁ ନିର୍ଦ୍ଦେଶ ହୋଇଛି । ବଲାଙ୍ଗିର ଜିଲ୍ଲାରେ ମଧ୍ୟ ସ୍କୁଲ କୋଠା ଖୋଲା ରଖିବା ସହ ସତର୍କ ରହିବାକୁ ଚିଠି ହୋଇଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button