ରାଜ୍ୟ

‘ସମୁଦ୍ର ମନ୍ଥନ’ ଅଭିଯାନରେ ଓଏନ୍‌ଜିସିକୁ ସଫଳତା: କୋଣାର୍କରୁ ୪୩ କିମି ଦୂର ସମୁଦ୍ରରେ ଗ୍ୟାସ ଠାବ, ୧,୪୫୦ ମିଟର ତଳେ ହେଉଛି ପ୍ରବାହ

ନୂଆଦିଲ୍ଲୀ,୨୨/୦୯: ରାଷ୍ଟ୍ରାୟତ୍ତ ତୈଳ ଏବଂ ପ୍ରାକୃତିକ  ଗ୍ୟାସ ନିଗମ(ଓଏନ୍‌ଜିସି)  ଓଡ଼ିଶା ଉପକୂଳ ଗଭୀର ଜଳ  ତଳେ ଗ୍ୟାସ୍‌ର ସନ୍ଧାନ କରିଛି ।   ଗଣମାଧ୍ୟମ ରିପୋର୍ଟ ଅନୁସାରେ,  ମହାନଦୀ ଅଫ୍‌ସୋର ବେସିନ୍‌ର  ଏମ୍‌ଏନ୍‌-ଡିଡବ୍ଲୁୟ  ୧୮-୧-ଏଚ୍‌ ଡି କୂପ ଯାହାକି କୋଣାର୍କଠାରୁ  ପ୍ରାୟ ୪୩ କିଲୋମିଟର  ଦୂରରେ ରହିଛି, ଓଏନ୍‌ଜିସି   ସେଠାରେ ଏହାର ସନ୍ଧାନ  ପାଇଛି । ଓଏନ୍‌ଜିସିର ‘ସମୁଦ୍ର  ମନ୍ଥନ ଗଭୀର ଜଳ’ ଅନୁସନ୍ଧାନ  ଅଭିଯାନର ଅଂଶବିଶେଷ ଏହି  କୂପକୁ ଖନନ କରାଯାଇଥିଲା ।

ପ୍ରାୟ ୧,୪୫୦ ମିଟର ଗଭୀର  ଜଳ ତଳେ ଗ୍ୟାସ୍‌ ପ୍ରବାହକୁ  ଠାବ କରାଯାଇଛି । ଅନୁସନ୍ଧାନ  କୂପ ୧୪୪୧ ମିଟରରୁ ୧,୪୫୨  ମିଟର ଗଭୀରତା ମଧ୍ୟରେ ଗ୍ୟାସ୍‌ର  ସନ୍ଧାନ କରିଥିଲା । ଏହାକୁ ୧,୬୨୩  ମିଟର ଗଭୀରତା ପର୍ଯ୍ୟନ୍ତ ଖନନ  କରାଯାଇଥିଲା । ସମୁଦ୍ର ମନ୍ଥନ  ଅଭିଯାନ ଅଧୀନରେ ମହାନଦୀ  ବେସିନ୍‌ରେ ଓଏନ୍‌ଜିସି ଦ୍ୱାରା ଖନନ  ହୋଇଥିବା ଏହା ପ୍ରଥମ କୂପ ।

ଓଏନ୍‌ଜିସି ପ୍ରକାଶ କରିଛି  ଯେ, କୂପରୁ ଗତ ତିନି ଦିନ  ହେବ ଗ୍ୟାସ ପ୍ରବାହିତ ହେଉଛି  ଏବଂ ଏହା ଉତ୍ସାହଜନକ ଥିବା  ଦେଖିବାକୁ ମିଳିଛି । ଗ୍ୟାସ୍‌ର ସନ୍ଧାନ ପରେ ଓଏନ୍‌ଜିସି ଏବେ ଏହାର ବାଣିଜ୍ୟିକ  କ୍ଷମତାକୁ ମାପିବ । ଏହାକୁ  ଏଯାବତ୍‌ ବାଣିଜ୍ୟିକ ଉତ୍ସ ଭାବେ  ସ୍ପଷ୍ଟ କରାଯାଇନାହିଁ । କମ୍ପାନି ସୂଚନା ଦେଇଛି,  ଆବିଷ୍କାରର ପରିମାଣ ଏବଂ କାର୍ଯ୍ୟକ୍ଷମତା ମାପିବା ପାଇଁ ଆହୁରି  ମୂଲ୍ୟାଙ୍କନର ଆବଶ୍ୟକ ପଡ଼ିବ ।  କୌଣସି ନିଷ୍ପତ୍ତି ନେବା ପୂର୍ବରୁ  କମ୍ପାନି ଜଳଭଣ୍ଡାର ଏବଂ ଉତ୍ସକୁ  ମୂଲ୍ୟାଙ୍କନ କରିବ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button