ରାଜ୍ୟ

Accident : ଟ୍ରକକୁ ପଛରୁ ପିଟିଲା ଡିଜେ ଗାଡ଼ି ;ଜଣେ ମୃତ ,୧୦ ଆହାତ

ସମ୍ବଲପୁର,୨୨ \୯ : ଟ୍ରକକୁ ପଛରୁ ପିଟିଲା ଡିଜେ ଗାଡ଼ି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହାତ ହୋଇଛନ୍ତି । ଏଭଳି ଘଟଣା ଘଟିଛିସମ୍ବଲପୁର ଜମନକିରା ନିକଟରେ ।

ସୂଚନା ଅନୁସାରେ, କେନ୍ଦୁଝର ଶୁଆକାଠିରୁ ସୋନପୁର- ଇଚ୍ଛାପୁରକୁ ଫେରୁଥିଲେ ମା’ ମେଟାକାନି ମ୍ୟୁଜିକ-ପାର୍ଟିର ୩୦ ଜଣ ସଦସ୍ୟ । ଫେରୁଥିବା ବେଳେ ଡିଜେ ଗାଡିଟି ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ବାଇପାସ୍ ନିକଟରେ ଛିଡା ହୋଇଥିବା ଏକ ଲୁହାପଥର ବୋଝଇ ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଇଛାପୁରର ଅଭି ସାମନିଙ୍କ ମୃତ୍ୟୁ ଘଟିଛି । ଆହତଙ୍କୁ ପ୍ରଥମେ ଜମନକିରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କୁଚିଣ୍ଡା ଓ ବୁର୍ଲାକୁ ରେଫେର କରାଯାଇଛି । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠେଇଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button