ରାଜ୍ୟ
ଆଜି ଶ୍ରୀମନ୍ଦିରରେ ପାର୍ଶ୍ବ ପରିବର୍ତ୍ତନ ଏକାଦଶୀ, ଶୟନ ବେଳେ କଡ଼ ଲେଉଟାଇବେ ମହାପ୍ରଭୁ

ପୁରୀ,୨୨/୦୯: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ବ ପରିବର୍ତ୍ତନ ଏକାଦଶୀ ନୀତି ହେବ । ଶ୍ରୀମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରେ ପାର୍ଶ୍ବ ପରିବର୍ତ୍ତନ ଯାତ୍ରା ଅନ୍ୟତମ । ଶ୍ରୀହରିଙ୍କ ୪ ମାସ ଶୟନ କାଳରୁ ୨ମାସରେ ପାର୍ଶ୍ବ ପରିବର୍ତ୍ତନ କରିଥାନ୍ତି ଠାକୁରେ ।
ଆଜି ଭୋଗମଣ୍ଡପ ଶେଷ ପରେ ଆରମ୍ଭ ହେବ ସ୍ୱତନ୍ତ୍ର ନୀତି । ଶ୍ରୀବିଗ୍ରହଙ୍କ ଯାତ୍ରାଙ୍ଗୀ ମହାସ୍ନାନ ଓ ଘଣ୍ଟଛତା ସର୍ବାଙ୍ଗ ବଢ଼ିବ । ଏଥିସହ ଦ୍ୱାଦଶ ଯାତ୍ରା ବନ୍ଦାପନା ହେବ । ରାତିରେ ଏକାଦଶୀ ବେଢ଼ାକୁ ମଦନମୋହନ ବିଜେ କରିବେ । ଠାକୁରଙ୍କ ବଡ଼ସିଂହାର ବେଶ ଓ ଭୋଗ ନୀତି ବଢ଼ି ଶୟନ ଦେବତାଙ୍କ ପାର୍ଶ୍ବ ପରିବର୍ତ୍ତନ ନୀତି ହେବ ।
ସୌଜନ୍ୟ ପ୍ରମେୟ




