ଖେଳ

Asian Games 2026: ଆଜି ସ୍ବର୍ଣ୍ଣ ପଦକ ପାଇଁ ଲଢ଼ିବେ ଭାରତ-ଶ୍ରୀଲଙ୍କା, ଦେଖିବା ପାଇଁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍

ନୂଆଦିଲ୍ଲୀ, ୨୨/୦୯: ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା  ପ୍ରତିଯୋଗିତାରେ ଭାରତୀୟ ମହିଳା  କ୍ରିକେଟ୍‌ ଦଳ ସ୍ୱର୍ଣ୍ଣ ପଦକ ଠାରୁ ମାତ୍ର  ଗୋଟିଏ ବିଜୟ ପଛରେ ରହିଛି । ଦଳ ଆଜି ଟାଇଟଲ ମୁକାବିଲାରେ  ଶ୍ରୀଲଙ୍କାକୁ ଭେଟିବ । ଭାରତୀୟ ସମୟ  ସକାଳ ୧୦.୩୦ ମିନିଟ୍‌ରେ ମ୍ୟାଚ  ଆରମ୍ଭ ହେବ ।

ଭାରତୀୟ ପୁରୁଷ ଦଳ ମଧ୍ୟ  ଆଜି ଏକ ଟି-ଟ୍ୱେଣ୍ଟି  ଅନ୍ତର୍ଜାତୀୟ ମୁକାବିଲା ଖେଳିବ ।  ମାତ୍ର ଏହା ଏସୀୟ କ୍ରୀଡ଼ା ଅଧିନସ୍ଥ  ମ୍ୟାଚ ହେବ ନାହିଁ । ଭାରତ ଓ ଜାପାନ  ମଧ୍ୟରେ ଏହି ମନ୍ଧୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ  ମ୍ୟାଚ ଖେଳାଯିବ । ଭାରତୀୟ ସମୟ  ସକାଳ ୯.୩୦ ମିନିଟ୍‌ରେ ମ୍ୟାଚ  ଆରମ୍ଭ ହେବ । ଏହି ମ୍ୟାଚ ଜରିଆରେ  ଭାରତୀୟ ପୁରୁଷ ଦଳ ଏସୀୟ କ୍ରୀଡ଼ା  ପାଇଁ ଆବଶ୍ୟକ ପରିମାଣର ଅଭ୍ୟାସ  ସୁଯୋଗ ପାଇବ । ଡିଫେଣ୍ଡିଂ ଚାମ୍ପିଅନ୍‌  ଓ ବିଶ୍ୱର ସବୁଠୁ ଲୋକପ୍ରିୟ ଦଳ  ଭାରତ ବିପକ୍ଷ ଏହି ମ୍ୟାଚ ଜାପାନ  ପାଇଁ ଏକ ଐତିହାସିକ ସୁଯୋଗ  କହିଲେ ଭୁଲ ହେବ  ନାହିଁ ।

ସମଗ୍ର ଏସିଆର  ନଜର ଦୁଇ ବିସ୍ଫୋରକ  ବ୍ୟାଟର ଶେଫାଳି ବର୍ମା ଓ  ଚାମରି ଆଟାପଟ୍ଟୁଙ୍କ ଉପରେ ରହିବ ।  ବାଂଲାଦେଶ ବିପକ୍ଷ ସେମି ଫାଇନାଲ୍‌  ମୁକାବିଲାରେ ଶେଫାଳି ଶତକ ଅର୍ଜନ  କରିଥିଲେ । ଏହା ପୂର୍ବରୁ ଜାପାନ  ବିପକ୍ଷ କ୍ୱାର୍ଟର ଫାଇନାଲ୍‌ରେ ମଧ୍ୟ  ସେ ୪୦ ରନ୍‌ର ଏକ ଦ୍ରୁତ ଇତିଂସ  ଖେଳିଥିଲେ । ଶ୍ରୀଲଙ୍କା  ଅଧିନାୟିକା ଚାମରି ଉଭୟ କ୍ୱାର୍ଟର ଫାଇନାଲ୍‌ ଓ ସେମି  ଫାଇନାଲ୍‌ରେ ଅର୍ଦ୍ଧଶତକ  (୬୩ ଓ ୮୩)ଅର୍ଜନ  କରିଛନ୍ତି । ଏହା ବ୍ୟତୀତ ସେ ବୋଲିଂ  କରି ୩ଟି ୱିକେଟ୍‌ ନେଇ ସାରିଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button