Asian Games 2026: ଆଜି ସ୍ବର୍ଣ୍ଣ ପଦକ ପାଇଁ ଲଢ଼ିବେ ଭାରତ-ଶ୍ରୀଲଙ୍କା, ଦେଖିବା ପାଇଁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍

ନୂଆଦିଲ୍ଲୀ, ୨୨/୦୯: ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ମହିଳା କ୍ରିକେଟ୍ ଦଳ ସ୍ୱର୍ଣ୍ଣ ପଦକ ଠାରୁ ମାତ୍ର ଗୋଟିଏ ବିଜୟ ପଛରେ ରହିଛି । ଦଳ ଆଜି ଟାଇଟଲ ମୁକାବିଲାରେ ଶ୍ରୀଲଙ୍କାକୁ ଭେଟିବ । ଭାରତୀୟ ସମୟ ସକାଳ ୧୦.୩୦ ମିନିଟ୍ରେ ମ୍ୟାଚ ଆରମ୍ଭ ହେବ ।
ଭାରତୀୟ ପୁରୁଷ ଦଳ ମଧ୍ୟ ଆଜି ଏକ ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ ମୁକାବିଲା ଖେଳିବ । ମାତ୍ର ଏହା ଏସୀୟ କ୍ରୀଡ଼ା ଅଧିନସ୍ଥ ମ୍ୟାଚ ହେବ ନାହିଁ । ଭାରତ ଓ ଜାପାନ ମଧ୍ୟରେ ଏହି ମନ୍ଧୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ । ଭାରତୀୟ ସମୟ ସକାଳ ୯.୩୦ ମିନିଟ୍ରେ ମ୍ୟାଚ ଆରମ୍ଭ ହେବ । ଏହି ମ୍ୟାଚ ଜରିଆରେ ଭାରତୀୟ ପୁରୁଷ ଦଳ ଏସୀୟ କ୍ରୀଡ଼ା ପାଇଁ ଆବଶ୍ୟକ ପରିମାଣର ଅଭ୍ୟାସ ସୁଯୋଗ ପାଇବ । ଡିଫେଣ୍ଡିଂ ଚାମ୍ପିଅନ୍ ଓ ବିଶ୍ୱର ସବୁଠୁ ଲୋକପ୍ରିୟ ଦଳ ଭାରତ ବିପକ୍ଷ ଏହି ମ୍ୟାଚ ଜାପାନ ପାଇଁ ଏକ ଐତିହାସିକ ସୁଯୋଗ କହିଲେ ଭୁଲ ହେବ ନାହିଁ ।
ସମଗ୍ର ଏସିଆର ନଜର ଦୁଇ ବିସ୍ଫୋରକ ବ୍ୟାଟର ଶେଫାଳି ବର୍ମା ଓ ଚାମରି ଆଟାପଟ୍ଟୁଙ୍କ ଉପରେ ରହିବ । ବାଂଲାଦେଶ ବିପକ୍ଷ ସେମି ଫାଇନାଲ୍ ମୁକାବିଲାରେ ଶେଫାଳି ଶତକ ଅର୍ଜନ କରିଥିଲେ । ଏହା ପୂର୍ବରୁ ଜାପାନ ବିପକ୍ଷ କ୍ୱାର୍ଟର ଫାଇନାଲ୍ରେ ମଧ୍ୟ ସେ ୪୦ ରନ୍ର ଏକ ଦ୍ରୁତ ଇତିଂସ ଖେଳିଥିଲେ । ଶ୍ରୀଲଙ୍କା ଅଧିନାୟିକା ଚାମରି ଉଭୟ କ୍ୱାର୍ଟର ଫାଇନାଲ୍ ଓ ସେମି ଫାଇନାଲ୍ରେ ଅର୍ଦ୍ଧଶତକ (୬୩ ଓ ୮୩)ଅର୍ଜନ କରିଛନ୍ତି । ଏହା ବ୍ୟତୀତ ସେ ବୋଲିଂ କରି ୩ଟି ୱିକେଟ୍ ନେଇ ସାରିଛନ୍ତି ।
ସୌଜନ୍ୟ ପ୍ରମେୟ




