ଜାତୀୟ

Supreme Court : ବାର୍ କାଉନସିଲର ଅଧିକାର ଯାଞ୍ଚ କରିବେ ସୁପ୍ରିମକୋର୍ଟ ; ବିସିଆଇକୁ ନୋଟିସ୍

ନୂଆଦିଲ୍ଲୀ,୨୪\୯ : ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ (ବିସିଆଇ)ର ଅଧିକାର ପ୍ରସଙ୍ଗରେ ସୁପ୍ରିମକୋର୍ଟ ବୁଧବାର ଶୁଣାଣି କରିଛନ୍ତି । ବିସିଆଇ ପାଖରେ ଲ’ କଲେଜ ଏବଂ ୟୁନିଭର୍ସିଟିର ଆଇନ ଶିକ୍ଷା ନିୟନ୍ତ୍ରଣ କରିବାର ଅଧିକାର ଅଛି କି ନାହିଁ ତାହା ଯାଞ୍ଚ କରାଯିବ ବୋଲି ସୁପ୍ରମକୋର୍ଟ କହିଛନ୍ତି । ଏହି ମାମଲା ନ୍ୟାସନାଲ ଏକାଡେମୀ ଅଫ୍‌ ଲିଗାଲ ଷ୍ଟଡିଜ୍‌ ଆଣ୍ଡ ରିସର୍ଚ୍ଚ(ନାଲ୍‌ସାର) ୟୁନିଭର୍ସିଟି, ହାଇଦ୍ରାବାଦର ୨୦୨୬ ବ୍ୟାଚ୍‌ ଗ୍ରାଜୁଏଟ୍‌ଙ୍କ ଏନ୍‌ରୋଲମେଣ୍ଟ ରୋକିବା ବିବାଦ ସହ ଜଡ଼ିତ । ବିସିଆଇ ଗତ ଅଗଷ୍ଟ ୧୩ରେ ସମସ୍ତ ରାଜ୍ୟ ବାର୍‌ କାଉନସିଲଙ୍କୁ ନିର୍ଦ୍ଦେଶ ଦେଇଥିଲା ଯେ, ନାଲସାରର ୨୦୨୬ ବ୍ୟାଚ୍‌ର କୌଣସି ଗ୍ରାଜୁଏଟଙ୍କୁ ଓକିଲ ଭାବେ ପଞ୍ଜୀକରଣ କରା ନ ଯାଉ ।

ଏହାକୁ ନେଇ ବିବାଦ ହେବା ପରେ ବିସିଆଇ ଏହି ନିର୍ଦ୍ଦେଶ ପ୍ରତ୍ୟାହାର କରିଥିଲା ।  ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀ ଏବଂ ଜଷ୍ଟିସ୍‌ ଭି. ମୋହନାଙ୍କ ଖଣ୍ଡପୀଠ ବିସିଆଇ-ପର୍ଲ ଫାର୍ଷ୍ଟ ଟ୍ରଷ୍ଟର କାର୍ଯ୍ୟ ଏବଂ ଟ୍ରଷ୍ଟ ପକ୍ଷରୁ ଲ’ କଲେଜ ଖୋଲିବାକୁ ଚ୍ୟାଲେଞ୍ଜ କରି ହୋଇଥିବା ପିଟିସନ ଉପରେ ଶୁଣାଣି କରି ଏହା କହିଛନ୍ତି । ଏଥିସହ ସୁପ୍ରିମକୋର୍ଟ ନୋଟିସ ଜାରି କରି ବିସିଆଇକୁ ୨ ସପ୍ତାହରେ ଜବାବ ମାଗିଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button