୩ ଦିନିଆ ଆମେରିକା ଗସ୍ତରେ ଜିନ୍ପିଙ୍ଗ; ଟ୍ରମ୍ପଙ୍କ ଭବ୍ୟ ସ୍ବାଗତ
ଜିନ୍ପିଙ୍ଗ ଓ ପେଙ୍ଗ୍ ଲିୟୁଆନ୍ ଗୁରୁବାର ହ୍ବାଇଟ୍ ହାଉସ୍ରେ ଔପଚାରିକ ସ୍ବାଗତ ସମାରୋହରେ ଯୋଗ ଦେଇଛନ୍ତି । ଏହାପରେ ଜିନ୍ପିଙ୍ଗ ଓ ଟ୍ରମ୍ପଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । ଏଥିରେ ବାଣିଜ୍ୟ, କୃତ୍ରିମ ବୁଦ୍ଧିମତ୍ତା, ତାଇୱାନ ଓ ଇରାନ ପ୍ରସଙ୍ଗ ଉଠିପାରେ । ଜିନ୍ପିଙ୍ଗଙ୍କ ସମ୍ମାନରେ ଟ୍ରମ୍ପ ଗୁରୁବାର ସନ୍ଧ୍ୟାରେ ଭବ୍ୟ ରାତ୍ରିଭୋଜନର ଆୟୋଜନ କରିଛନ୍ତି ।

ୱାସିଂଟନ : ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ବୁଧବାର ୩ ଦିନିଆ ଆମେରିକା ଗସ୍ତରେ ୱାସିଂଟନରେ ପହଞ୍ଚିଛନ୍ତି । ତାଙ୍କ ସହ ପତ୍ନୀ ପେଙ୍ଗ୍ ଲିୟୁଆନ୍ ମଧ୍ୟ ଆସିଛନ୍ତି । ଜିନ୍ପିଙ୍ଗ ଦମ୍ପତିଙ୍କୁ ସ୍ବାଗତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ନିଜେ ଜଏଣ୍ଟ ବେସ୍ ଆଣ୍ଡ୍ର୍ୟୁଜ୍ ବିମାନଘାଟିକୁ ଯାଇଥିଲେ । ସାଧାରଣତଃ ବିଦେଶୀ ନେତାଙ୍କୁ ହ୍ବାଇଟ୍ ହାଉସ୍ରେ ଆମେରିକା ରାଷ୍ଟ୍ରପତି ସ୍ବାଗତ କରୁଥିବାରୁ ଟ୍ରମ୍ପଙ୍କ ଏହି ପଦକ୍ଷେପକୁ ବିଶେଷ ମନେ କରାଯାଉଛି । ଦଶନ୍ଧିରୁ ଅଧିକ ସମୟ ପରେ ଜିନ୍ପିଙ୍ଗଙ୍କ ଏହା ପ୍ରଥମ ୱାସିଂଟନ ଗସ୍ତ ।

ସୌଜନ୍ୟ ସମ୍ବାଦ