ଦେଶ ବିଦେଶ
IIT Bombay: ଆଇଆଇଟି ବମ୍ବେ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା: ବାପା-ମା’ଙ୍କ ଆମରଣ ଅନଶନ
ଘଟଣାର ତଦନ୍ତ ମୁମ୍ବାଇ ପୁଲିସର କ୍ରାଇମ୍ ବ୍ରାଞ୍ଚ କରୁଥିବା ବେଳେ ଆଇଆଇଟି ବମ୍ବେ ମଧ୍ୟ ୧୦ ଜଣିଆ କମିଟି ଗଠନ କରିଛି । ଦୁଲ୍ଲାଙ୍କୁ ଛୁଟିରେ ପଠାଯାଇଛି । ଏହା ମଧ୍ୟରେ ସାହିଲଙ୍କ ବାପା-ମା’ ଅନୁସୂଚିତ ଜାତି ପାଇଁ ଜାତୀୟ କମିସନ୍ର ଅଧ୍ୟକ୍ଷ କିଶୋର ମାକୱାଣାଙ୍କୁ ଭେଟି ପୁଅର ମୃତ୍ୟୁ ଘଟଣାର ତ୍ବରିତ ତଦନ୍ତ ଦାବି କରି ଦାବିପତ୍ର ଦେଇଛନ୍ତି ।

ନୂଆଦିଲ୍ଲୀ : ଆଇଆଇଟି ବମ୍ବେର ୨୨ ବର୍ଷୀୟ ବିଟେକ୍ ଛାତ୍ର ସାହିଲ ୱାକୋଡେଙ୍କ ମୃତ୍ୟୁ ଘଟଣାରେ ତାଙ୍କ ବାପା-ମା’ ଗୁରୁବାର ମୁମ୍ବାଇର ଆଜାଦ ମଇଦାନରେ ଆମରଣ ଅନଶନ ଆରମ୍ଭ କରିଛନ୍ତି । ପୁଅକୁ ନିର୍ଯାତନା ଦେଇଥିବା ଅଭିଯୋଗ ଥିବା ଲୋକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ସେମାନେ ଏହି ଅନଶନ ଆରମ୍ଭ କରିଛନ୍ତି । ସାହିଲ ସେପ୍ଟେମ୍ବର ୧୮ରେ ଆଇଆଇଟି ବମ୍ବେର ହଷ୍ଟେଲରେ ମୃତ ଅବସ୍ଥାରେ ମିଳିଥିଲେ । ପରୀକ୍ଷା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରିଥିବା ନେଇ ତାଙ୍କୁ ପଚରାଉଚରା କରାଯିବା ପରେ ଏହି ଘଟଣା ଘଟିଥିଲା ବୋଲି ପୁଲିସ ତଦନ୍ତ କରୁଛି ।
ସୌଜନ୍ୟ ସମ୍ବାଦ




