ଦେଶ ବିଦେଶ
Soldiers Death: ସାମରିକ ଅଭ୍ୟାସ ବେଳେ ଅଘଟଣ: କାଜାଖସ୍ତାନରେ ୧୨ ସୈନିକଙ୍କ ମୃତ୍ୟୁ
କାଜାଖସ୍ତାନରେ ନୌସେନା ତାଲିମ ଅଭ୍ୟାସ ବେଳେ ଅଘଟଣ ଘଟି ୧୨ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଅଧିକାରୀମାନେ ଏନେଇ ସୂଚନା ଦେଇଛନ୍ତି। ପଶ୍ଚିମ ମାଙ୍ଗିଷ୍ଟାଉ ଅଞ୍ଚଳରେ ସୈନିକମାନେ ଏକ ସାମରିକ ଅଭ୍ୟାସରେ ଭାଗ ନେଇଥିବା ବେଳେ...

ଆସ୍ତାନା: କାଜାଖସ୍ତାନରେ ନୌସେନା ତାଲିମ ଅଭ୍ୟାସ ବେଳେ ଅଘଟଣ ଘଟିଛି। ଏହି ଅଘଟଣରେ ୧୨ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଅଧିକାରୀମାନେ ଗଣମାଧ୍ୟମକୁୁ ଏନେଇ ସୂଚନା ଦେଇଛନ୍ତି।
୨ ଜଣ ସୈନିକଙ୍କ ସନ୍ଧାନ ଜାରି
ପଶ୍ଚିମ ମାଙ୍ଗିଷ୍ଟାଉ ଅଞ୍ଚଳରେ ସୈନିକମାନେ ଏକ ସାମରିକ ଅଭ୍ୟାସରେ ଭାଗ ନେଇଥିବା ବେଳେ ହଠାତ୍ ପାଗରେ ପରିବର୍ତ୍ତନ ହୋଇଥିଲା। ପ୍ରବଳ ପବନ ଯୋଗୁଁ ୧୭ ଜଣ ସୈନିକ ସମୁଦ୍ର ମଧ୍ୟକୁ ଭାସିଯାଇ ନିଖେଜା ହୋଇ ଯାଇଥିଲେ।
ଏହି ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ୨ ଜଣ ସୈନିକଙ୍କ ସନ୍ଧାନ ଜାରି ରହିଛି। ଘଟଣା ପରେ ଉଦ୍ଧାରକାରୀ ଦଳ ପକ୍ଷରୁ ସମୁଦ୍ରରେ ଖୋଜାଖୋଜି ଜାରି ରହିଛି। ଏହି ଦୁଃଖଦ ଘଟଣା ପରେ କାଜାଖସ୍ତାନର ରାଷ୍ଟ୍ରପତି କାସିମ-ଜୋମାର୍ଟ ଟୋକାୟେଭ ଶୁକ୍ରବାର ଦିନ ଜାତୀୟ ଶୋକ ଘୋଷଣା କରିଛନ୍ତି।
ସୌଜନ୍ୟ ସମ୍ବାଦ




