ଦେଶ ବିଦେଶ

Sonam Wangchuk: ମୋତେ ଏନକାଉଣ୍ଟର କରାଯାଇପାରେ: ସୋନମ୍ ୱାଙ୍ଗଚୁକ୍

ଲଦାଖର ଜଳବାୟୁ କାର୍ଯ୍ୟକର୍ତ୍ତା ସୋନମ୍ ୱାଙ୍ଗଚୁକ୍ ଗୁରୁବାର କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିବା ସହ ତାଙ୍କୁ ଏନକାଉଣ୍ଟର କରି ହତ୍ୟା କରାଯାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି।

ଲେହ:ଲଦାଖର ଜଳବାୟୁ କାର୍ଯ୍ୟକର୍ତ୍ତା ସୋନମ୍ ୱାଙ୍ଗଚୁକ୍ ଗୁରୁବାର କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିବା ସହ ତାଙ୍କୁ ଏନକାଉଣ୍ଟର କରି ହତ୍ୟା କରାଯାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ଗତବର୍ଷ ସେପ୍ଟେମ୍ବର ୨୪ରେ ଲେହରେ ବିକ୍ଷୋଭ ସମୟରେ ସୁରକ୍ଷା ବାହିନୀର ଗୁଳିଚାଳନାରେ ୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟଣାର ପ୍ରଥମ ବାର୍ଷିକୀ ଅବସରରେ ସେ ଏହି ବୟାନ ଦେଇଛନ୍ତି। ଏହି ବିପର୍ଯ୍ୟୟ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସିଧାସଳଖ ଦାୟୀ କରିବା ସହ ସେ ତାଙ୍କର ଇସ୍ତଫା ଦାବି କରିଛନ୍ତି।

ଦଙ୍ଗା ଭିଆଇବା ପାଇଁ ଗୁପ୍ତ ଷଡ଼ଯନ୍ତ୍ର

ୱାଙ୍ଗଚୁକ୍ ଅଭିଯୋଗ କରିଛନ୍ତି ଯେ ଲଦାଖରେ ମୁସଲିମ୍ ଓ ବୌଦ୍ଧ ସମ୍ପ୍ରଦାୟ ମଧ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ଭିଆଇବା ପାଇଁ ଗୁପ୍ତ ଷଡ଼ଯନ୍ତ୍ର କରାଯାଇଥିଲା। ଗୁଳିଚାଳନା ନିର୍ଦ୍ଦେଶ ଦେବା ପାଇଁ ମାଜିଷ୍ଟ୍ରେଟ୍ ଭାବେ ନିୟୋଜିତ ଅଫିସରମାନେ ମନା କରିବା ସତ୍ତ୍ୱେ ବେଆଇନ ଭାବେ ଗୁଳିଚାଳନା କରାଯାଇଥିଲା। ସେହିପରି ସରକାର ଗଠନ କରିଥିବା ଜଷ୍ଟିସ୍ ବି.ଏସ୍. ଚୌହାନଙ୍କ ନ୍ୟାୟିକ ତଦନ୍ତ କମିଟିର ରିପୋର୍ଟକୁ ସାର୍ବଜନୀନ କରିବାକୁ ସେ ଦାବି କରିଛନ୍ତି। ଲଦାଖକୁ ରାଜ୍ୟ ପାହ୍ୟା ପ୍ରଦାନ କରିବାକୁ ଦେଇଥିବା ପ୍ରତିଶ୍ରୁତିରୁ କେନ୍ଦ୍ର ସରକାର ଓହରି ଯାଇଥିବାରୁ ଏହି ଅସନ୍ତୋଷ ସୃଷ୍ଟି ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button