ରାଜ୍ୟ

Crime News : ଗୁଣି ସନ୍ଦେହରେ ନିର୍ମମ ହତ୍ୟା, ପିଟିପିଟି ମାରିବା ପରେ ଶବ ପୋଡ଼ିଦେଲେ ଗ୍ରାମବାସୀ

ମୋହନା, ୨୮/୯ : ଗୁଣି ସନ୍ଦେହରେ ହତ୍ୟା । ଗଜପତି ଜିଲ୍ଲା ମୋହନା ମେରାମା ଗାଁରେ ଗୁଣି ସନ୍ଦେହକୁ ନେଇ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ମୃତଦେହ ଜାଳି ଦିଆଯାଇଛି । ପୁଲିସ ମାମଲାର ତଦନ୍ତ କରି ଶବ ପୋଡ଼ା ଯାଇଥିବା ସ୍ଥାନ ଠାବ କରିଛି । ମୃତକ ଜଣଙ୍କ ହେଲେ ସେହି ଗାଁର ୫୦ ବର୍ଷୀୟ ରାମଚନ୍ଦ୍ର ମଳିକ ।

ସୂଚନାନୁଯାୟୀ, ରାମଚନ୍ଦ୍ର ମଳିକ ଗତ ୧୦ ବର୍ଷ ହେଲା ପରିବାର ସହ ଗାଁ ନିକଟସ୍ଥ ପାହାଡ଼ରେ ରହୁଥିଲେ । ଗାଁରେ କାହାର ମୃତ୍ୟୁ ହେଲେ ରାମଚନ୍ଦ୍ର ଗୁଣିଗାରେଡ଼ି କରୁଥିବା ନେଇ ଗ୍ରାମବାସୀ ସନ୍ଦେହ କରୁଥିଲେ । ଶନିବାର ବିଳମ୍ବିତ ରାତି ପ୍ରାୟ ୨ଟାରେ କିଛି ଗ୍ରାମବାସୀ ପାହାଡ଼କୁ ଯାଇ ତାଙ୍କୁ ଡାକି ଆଣିଥିଲେ ଏବଂ ଗାଁ ଦାଣ୍ଡରେ ବୈଠକ କରି ପିଟି ପିଟି ହତ୍ୟା କରିଥିଲେ । ପରେ ନିକଟସ୍ଥ ଜଙ୍ଗଲରେ ମୃତଦେହକୁ ଜାଳି ଦେଇଥିଲେ । ଆକ୍ରମଣ ବେଳେ ବଞ୍ଚାଇବାକୁ ଚେଷ୍ଟା କରି ତାଙ୍କ ପତ୍ନୀ ମଧ୍ୟ ଆହତ ହୋଇଛନ୍ତି । ଖବର ପାଇ ମୋହନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିକଟସ୍ଥ ପାହାଡ଼ ନିକଟରୁ ମୃତଦେହ ପୋଡ଼ା ଯାଇଥିବା ସ୍ଥାନକୁ ଠାବ କରିଛି । ଏହି ଘଟଣାରେ ସମ୍ପୃକ୍ତ କିଛି ଗ୍ରାମବାସୀଙ୍କୁ ଅଟକ ରଖି ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button