ଦେଶ ବିଦେଶ

Investigation: ନକଲି ଔଷଧ ମାମଲା ସମୟ ସୀମା ଭିତରେ ତଦନ୍ତ ଓ ବିଚାର ପାଇଁ ସୁପ୍ରିମକୋର୍ଟରେ ପିଆଇଏଲ୍‌

ନକଲି ଔଷଧର ଉତ୍ପାଦନ ଓ ବିକ୍ରି ରୋକିବା ପାଇଁ ଏକ ସମାନ ଜାତୀୟସ୍ତରୀୟ ଢାଞ୍ଚା ଦାବି କରି ସୁପ୍ରିମକୋର୍ଟରେ ଏକ ଜନହିତକର ଆବେଦନ (ପିଆଇଏଲ୍‌) ଦାଖଲ କରାଯାଇଛି, ଯେଉଁଥିରେ ଅଭିଯୋଗ କରାଯାଇଛି ଯେ, ବିଦ୍ୟମାନ ବ୍ୟବସ୍ଥାରେ ଥିବା ଫାଙ୍କ ଏପରି ରାକେଟଗୁଡ଼ିକୁ ବିନା ଉତ୍ତର ଦାୟିତ୍ବରେ କାମ କରିବାକୁ ଦେଇଥା‌ଏ।

ନୂଆଦିଲ୍ଲୀ: ନକଲି ଔଷଧର ଉତ୍ପାଦନ ଓ ବିକ୍ରି ରୋକିବା ପାଇଁ ଏକ ସମାନ ଜାତୀୟସ୍ତରୀୟ ଢାଞ୍ଚା ଦାବି କରି ସୁପ୍ରିମକୋର୍ଟରେ ଏକ ଜନହିତକର ଆବେଦନ (ପିଆଇଏଲ୍‌) ଦାଖଲ କରାଯାଇଛି, ଯେଉଁଥିରେ ଅଭିଯୋଗ କରାଯାଇଛି ଯେ, ବିଦ୍ୟମାନ ବ୍ୟବସ୍ଥାରେ ଥିବା ଫାଙ୍କ ଏପରି ରାକେଟଗୁଡ଼ିକୁ ବିନା ଉତ୍ତର ଦାୟିତ୍ବରେ କାମ କରିବାକୁ ଦେଇଥା‌ଏ।

ଆଡଭୋକେଟ ଅଶ୍ବିନୀ ଉପାଧ୍ୟାୟ ପିଆଇଏଲ୍‌ ଦାଖଲ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନକଲି ଔଷଧ ମାମଲାରେ ତଦନ୍ତ ତିନି ମାସ ଭିତରେ ଶେଷ କରିବା ଓ ବିଚାର ପ୍ରକ୍ରିୟା ବର୍ଷକ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି। ଏହାସହିତ ଜବତ ଔଷଧର ସମୟସୀମା ମଧ୍ୟରେ ଫୋରେନସିକ୍ ପରୀକ୍ଷା, ସନ୍ଧାନ ଓ ଜବତ ପ୍ରକ୍ରିୟାର ବାଧ୍ୟତାମୂଳକ ଭିଡିଓଗ୍ରାଫି ଓ ତଦନ୍ତ ଏବଂ ମାମଲା ରୁଜୁ ପାଇଁ ଏକ ମାନକ କାର୍ଯ୍ୟପଦ୍ଧତି ପାଇଁ ମଧ୍ୟ ଦାବି କରିଛନ୍ତି।

ଆବେଦନରେ ନକଲି ଔଷଧ ନିର୍ମାତା, ବିକ୍ରେତା ଓ ଆର୍ଥିକ ସହାୟତା ପ୍ରଦାନକାରୀଙ୍କ ସମ୍ପତ୍ତିର ମୂଲ୍ୟାଙ୍କନ ଏବଂ ମନି ଲଣ୍ଡରିଂ ନିବାରଣ ଆଇନ, ବେନାମି ସମ୍ପତ୍ତି ଆଇନ ଓ କଳାଧନ ଆଇନ ଅନୁଯାୟୀ ଜବତ କରିବାକୁ ମଧ୍ୟ ଦାବି କରାଯାଇଥିଲା। ନକଲି ଔଷଧ ଅପରାଧ ପାଇଁ ଗ୍ରେଡେଡ୍ ଦଣ୍ଡ ନୀତି, ଉପଯୁକ୍ତ ମାମଲାରେ କ୍ରମାଗତ ଦଣ୍ଡ ବିଧାନ ସହିତ ନକଲି ଔଷଧ ପ୍ରସାରଣ ରୋକିବା ପାଇଁ ପରିବର୍ତ୍ତନ ସୁପାରିସ କରି ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଆଇନ କମିଶନଙ୍କୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଦାବି କରାଯାଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button