ଦେଶ ବିଦେଶ
Imran Khan: ଇମ୍ରାନ୍ଙ୍କୁ ଜେଲ୍ରୁ ମୁକ୍ତି ପାଇଁ ପ୍ରସ୍ତାବ ମିଳିଥିବା ସଙ୍କେତ ଦେଲେ ପୁଅ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଜେଲ୍ରୁ ମୁକ୍ତି ପାଇଁ ଶେହବାଜ ସରିଫଙ୍କ ସରକାର ପ୍ରସ୍ତାବ ଦେଇଥିବା ତାଙ୍କ ପୁଅ କାସିମ୍ ଖାନ୍ ସଙ୍କେତ ଦେଇଛନ୍ତି।

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଜେଲ୍ରୁ ମୁକ୍ତି ପାଇଁ ଶେହବାଜ ସରିଫଙ୍କ ସରକାର ପ୍ରସ୍ତାବ ଦେଇଥିବା ତାଙ୍କ ପୁଅ କାସିମ୍ ଖାନ୍ ସଙ୍କେତ ଦେଇଛନ୍ତି। କାସିମ୍ ଏକ ସାକ୍ଷାତକାର ସମୟରେ ଇଙ୍ଗିତ ଦେଇ କହିଥିଲେ ଯେ, ସରିଫଙ୍କ ନେତୃତ୍ୱାଧୀନ ପାକିସ୍ତାନ ସରକାର ଇମ୍ରାନ୍ଙ୍କୁ ତାଙ୍କ ମାମଲା ସମାଧାନ କରିବା ଓ ତାଙ୍କୁ ମୁକ୍ତ କରିବା ପାଇଁ ଏକ ଚୁକ୍ତି ପ୍ରସ୍ତାବ ଦେଇଥାଇପାରେ।
ସୌଜନ୍ୟ ସମ୍ବାଦ




