ଦେଶ ବିଦେଶ

Rutabrata: ଋତବ୍ରତଙ୍କ ସମେତ ୧୦ ବିଧାୟକଙ୍କ ଦଳବଦଳ ମାମଲା: ଅକ୍ଟୋବର ୮ ସୁଦ୍ଧା ନିଷ୍ପତ୍ତି ନେବେ ବାଚସ୍ପତି ହସ୍ତକ୍ଷେପ କରିବେନି ସୁପ୍ରିମ୍‌କୋର୍ଟ

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ବିଦ୍ରୋହୀ ଗୋଷ୍ଠୀର ୧୦ ବିଧାୟକଙ୍କ ସଦସ୍ୟତା ରଦ୍ଦ ଦାବି ମାମଲାରେ ସୋମବାର ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ବିଦ୍ରୋହୀ ଗୋଷ୍ଠୀର ୧୦ ବିଧାୟକଙ୍କ ସଦସ୍ୟତା ରଦ୍ଦ ଦାବି ମାମଲାରେ ସୋମବାର ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସର ବରିଷ୍ଠ ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କ ଆବେଦନରେ ସୁପ୍ରିମ୍‌କୋର୍ଟ ସିଧାସଳଖ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିନାହାନ୍ତି। ଏହି ମାମଲାରେ ନିଷ୍ପତ୍ତି ନେବାର ଅଧିକାର ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତିଙ୍କର ବୋଲି କହିବା ସହ ସେ ଅକ୍ଟୋବର ୮ ସୁଦ୍ଧା ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି କୋର୍ଟ ଆଶା ପ୍ରକାଶ କରିଛନ୍ତି।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୋଭନଦେବଙ୍କ ଆବେଦନର ଶୁଣାଣି କରିଥିଲେ। ତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ, ବିବେକ ତନଖା ଓ ଆଇନଜୀବୀ ପ୍ରୀତିକା ଦ୍ୱିବେଦୀ ଯୁକ୍ତି ରଖିଥିଲେ। ଶୋଭନଦେବଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କଲ୍ୟାଣ ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ। ଏହି ୧୦ ବିଧାୟକଙ୍କ ବିରୋଧରେ ଦଳବଦଳ ବିରୋଧୀ ଆଇନ ଅନୁଯାୟୀ ପଦ ରଦ୍ଦ କରିବା ପାଇଁ ଶୋଭନଦେବ ଗତ ୮ ଜୁଲାଇରେ ବିଧାନସଭା ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲେ। ତିନି ମାସର ସମୟସୀମା ଅକ୍ଟୋବର ୮ରେ ପୂରଣ ହେଉଥିବାରୁ ସେହି ସମୟସୀମା ମଧ୍ୟରେ ନିଷ୍ପତ୍ତି ନେବାକୁ ସୁପ୍ରିମ୍‌କୋର୍ଟ ଆଶା ପ୍ରକାଶ କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button