BJD: ଏମ୍ଏମ୍ଡିଆର୍ ବିରୋଧରେ ବିଜେଡି ଗର୍ଜିଲା: ଏକାଠି ହେବାକୁ ନବୀନଙ୍କ ଆହ୍ବାନ
ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ସଂଶୋଧନ ଆଇନ(ଏମ୍ଏମ୍ଡିଆର୍) ବିରୋଧରେ ବିଜୁ ଜନତା ଦଳ ଆଜି ଲୋୟର୍ ପିଏମ୍ଜିରେ ଜୋର୍ଦାର ବିକ୍ଷୋଭ ପ୍ରଦର୍ଶନ କରିଛି।

ଭୁବନେଶ୍ବର: ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ସଂଶୋଧନ ଆଇନ(ଏମ୍ଏମ୍ଡିଆର୍) ବିରୋଧରେ ବିଜୁ ଜନତା ଦଳ ଆଜି ଲୋୟର୍ ପିଏମ୍ଜିରେ ଜୋର୍ଦାର ବିକ୍ଷୋଭ ପ୍ରଦର୍ଶନ କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ବିଶାଳ ସମାବେଶରେ ଉପସ୍ଥିତ ରହି ଏମ୍ଏମ୍ଡିଆର ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଓଡ଼ିଶାର ସ୍ବାର୍ଥକୁ ନଜରରେ ରଖି ଦଳମତ ନିର୍ବିଶେଷରେ ସମସ୍ତେ ଏହି ବିଲ୍ ବିରୋଧରେ ଏକାଠି ହେବାକୁ ସେ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ଏହି ଆଇନ ଓଡ଼ିଶାର ଅଧିକାର ଛଡ଼ାଇ ନେଇଛି। ଓଡ଼ିଶାର ଜେନ୍-ଜିଙ୍କୁ ଏହା ବିପଦ ମୁହଁକୁ ଠେଲି ଦେଇଛି। ଓଡ଼ିଶାର ସ୍ବାର୍ଥ ଓ ଆମ ଯୁବପିଢ଼ିଙ୍କ ସୁରକ୍ଷା ପାଇଁ ଆମକୁ ଲଢ଼ିବାକୁ ପଡ଼ିବ। ଆମ ଅଧିକାରକୁ ଛଡ଼ାଇ ଆଣିବା ପାଇଁ ସଂଗ୍ରାମ କରିବାକୁ ପଡ଼ିବ। ଓଡ଼ିଶାର ସ୍ବାର୍ଥ ପାଇଁ ସେ ଜୀବନର ଶେଷନିଶ୍ବାସ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବେ ବୋଲି ସେ କହିଥିଲେ।
ସୌଜନ୍ୟ ସମ୍ବାଦ




