ରାଜ୍ୟ

Port-Highway: ଫାଇଲ୍‌ ତଳେ ବନ୍ଦର-ରାଜପଥ ସଂଯୋଗୀକରଣ ଯୋଜନା: ଆଞ୍ଚଳିକ ବିକାଶ ଅଟକିଛି

ଭଦ୍ରକ ଜିଲ୍ଲାର ଅର୍ଥନୈତିକ ବିକାଶର ପ୍ରମୁଖ ଆଧାର ଭାବେ ବିବେଚନା କରାଯାଉଥିବା ଧାମରା ବନ୍ଦର ସହ ସ୍ୱତନ୍ତ୍ର ରାଜପଥ ସଂଯୋଗ ଯୋଜନା ବର୍ଷ ବର୍ଷ ଧରି ଅଟକି ରହିଛି। ଏହା ସହ ଚୁଡ଼ାମଣି ବନ୍ଦର...

ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲାର ଅର୍ଥନୈତିକ ବିକାଶର ପ୍ରମୁଖ ଆଧାର ଭାବେ ବିବେଚନା କରାଯାଉଥିବା ଧାମରା ବନ୍ଦର ସହ ସ୍ୱତନ୍ତ୍ର ରାଜପଥ ସଂଯୋଗ ଯୋଜନା ବର୍ଷ ବର୍ଷ ଧରି ଅଟକି ରହିଛି। ଏହା ସହ ଚୁଡ଼ାମଣି ବନ୍ଦର ପାଇଁ ପ୍ରସ୍ତାବିତ ସଡ଼କ ପ୍ରକଳ୍ପ ମଧ୍ୟ ଆଗକୁ ବଢ଼ୁନି।

ରାଜ୍ୟର ପ୍ରମୁଖ ବନ୍ଦରଗୁଡ଼ିକୁ ଜାତୀୟ ରାଜପଥ ସହ ସଂଯୋଗ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ସେହି ପ୍ରସ୍ତାବକୁ ଗୁରୁତ୍ବ ଦେଇ ନଥିବାରୁ ଧାମରା ସହ ଓଡ଼ିଶାର ୪ଟି ବନ୍ଦର ସହ ସଡ଼କ ସଂଯୋଗ ଯୋଜନା ଅନିଶ୍ଚିତତା ମଧ୍ୟରେ ରହିଛି। ସୂଚନା ଅନୁସାରେ, ୨୦୧୨ ମସିହାରୁ ୧୪୦୦ କୋଟି ଟଙ୍କାରେ ସଂପୃକ୍ତ ୪ଟି ବନ୍ଦର ସହ ସଡ଼କ ସଂଯୋଗ ପ୍ରକଳ୍ପ ଉପରେ ସରକାରୀ ସ୍ତରରେ ଆଲୋଚନା ଚାଲିଥିଲା। ଯେଉଁଥିରେ ଧାମରାକୁ ଅଗ୍ରାଧିକାର ଦିଆଯାଇଥିଲା। ଜାମୁଝାଡ଼ିରୁ ଧାମରା ଏବଂ ଜାମୁଝାଡ଼ିରୁ ବାସୁଦେବପୁର ଦେଇ ଚୁଡ଼ାମଣି ପର୍ଯ୍ୟନ୍ତ ୪ ଲେନ୍‌ ସଡ଼କ ପାଇଁ ୩୪୫ କୋଟି ଟଙ୍କାର ପ୍ରସ୍ତାବ ଥିବା ବେଳେ ଜାମୁଝାଡ଼ିରୁ ଧାମରା ପର୍ଯ୍ୟନ୍ତ ୨ ଲେନ୍‌ ସଡ଼କ ପାଇଁ ୧୫୫ କୋଟି ଟଙ୍କାର ଅଟକଳ ମଧ୍ୟ ପ୍ରସ୍ତୁତ ହୋଇଥିଲା।

ଆଞ୍ଚଳିକ ବିକାଶ ଅଟକିଛି
ଲୋକଙ୍କ ମଧ୍ୟରେ ଅସନ୍ତୋଷ

 

ବିଡ଼ମ୍ବନାର ବିଷୟ; ଏଯାଏଁ କୌଣସି ପ୍ରକଳ୍ପ କାର୍ଯ୍ୟକାରୀ ହୋଇନାହିଁ। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ଅଞ୍ଚଳବାସୀଙ୍କ କହିବା ଅନୁସାରେ, ବନ୍ଦର ସହ ସ୍ୱତନ୍ତ୍ର ସଡ଼କ ସଂଯୋଗ ନଥିବାରୁ ମାଲ୍‌ ପରିବହନ ପାଇଁ ବାସୁଦେବପୁର ରାସ୍ତା ଉପରେ ନିର୍ଭରତା ବଢ଼ିଛି। ଯାହାଫଳରେ ରାସ୍ତା ଖରାପ ହେଉଛି ଏବଂ ପ୍ରାୟ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ହଜାର ହଜାର ଏକର ଜମି ଅଧିଗ୍ରହଣ ପରେ ମଧ୍ୟ ବନ୍ଦର ଅଞ୍ଚଳରେ ଆଶାନୁରୂପ ବିକାଶ ହୋଇନି। ଲୋକେ ରୋଜଗାରରୁ ବଞ୍ଚିତ ଅଛନ୍ତି। ତେଣୁ ଯେତେଶୀଘ୍ର ସମ୍ଭବ ଜାମୁଝାଡ଼ିରୁ ଧାମରା, ଜାମୁଝାଡ଼ିରୁ ବାସୁଦେବପୁର ଦେଇ ଚୁଡ଼ାମଣି ପର୍ଯ୍ୟନ୍ତ ୪ ଲେନ୍‌ ସଡ଼କ ଏବଂ ଜାମୁଝାଡ଼ିରୁ ଧାମରା ପର୍ଯ୍ୟନ୍ତ ୨ ଲେନ୍‌ ସଡ଼କ ନିର୍ମାଣ ନେଇ ସରକାର ଯତ୍ନବାନ ହେବା ଉଚିତ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button