ବିଶେଷ
Juicy Book Rave : ନାଇଟ୍ କ୍ଲବରେ ନାଚ ନୁହେଁ ହେଉଛି ବହି ପଢ଼ା,ଭାଇରାଲ୍ ହେଲା ଭିଡ଼ିଓ

ନୂଆଦିଲ୍ଲୀ,୩୦\୯ : ଚିନ୍ତା କରନ୍ତୁ, ଆପଣ ଏକ ନାଇଟ୍ କ୍ଲବରେ ଅଛନ୍ତି । ସେଠି ସଙ୍ଗୀତ ଅଛି, ଲୋକ ଅଛନ୍ତି । ଧୀମା ଆଲୋକମାଳା ସହିତ ମାହୋଲ ଖୁବ୍ ମନୋରମ । କିନ୍ତୁ କେହି ବି ପାଗଳ ଭଳି ନୃତ୍ୟ କରୁନାହାନ୍ତି । କାରଣ ସମସ୍ତେ ବହି ପଢ଼ିବାରେ ବ୍ୟସ୍ତ । ହଁ, କ୍ଲବରେ ପୁସ୍ତକ ପଠନ । ପୁସ୍ତକ ପଠନର ଏହି ଉତ୍ସାହପୂର୍ଣ୍ଣ ପରିବେଶକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଜାପାନର ‘ଜୁସି ବୁକ୍ ରେଭ୍’ର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ଏଥିରେ କିଛି ଲୋକ କ୍ଲବର ଧୀମା ଆଲୋକମାଳା ତଳେ ବସିଥିବା ମିଳିଛି । କାର୍ପେଟ୍ ବିଛାଯାଇଥିବା ଚଟାଣରେ ଜାଗା ଜାଗାରେ ଲ୍ୟାମ୍ପ୍ ଜଳୁଛି । ଲ୍ୟାମ୍ପ୍ ଚାରିପଟେ ଲୋକେ ଆରାମରେ ବସିଛନ୍ତି । ଜଣେ ଡିଜେ ମନୋରମ ଗୀତ ମଧ୍ୟ ବଜାଉଛନ୍ତି ।
ସୌଜନ୍ୟ ପ୍ରମେୟ




