ଦେଶ ବିଦେଶ

Judgement: ମେରଠ ‘ନୀଳ ଡ୍ରମ୍‌ ମାମଲା’: ମୁସ୍କାନ ଓ ସାହିଲ ଦୋଷୀ ସାବ୍ୟସ୍ତ

ବହୁଚର୍ଚ୍ଚିତ ‘ନୀଳ ଡ୍ରମ୍‌ ମାମଲା’ରେ ବୁଧବାର ମେରଠ ଜିଲ୍ଲା ଅଦାଲତ ମୁସ୍କାନ ରସ୍ତୋଗୀ ଓ ସାହିଲ ଶୁକ୍ଳାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମୁସ୍କାନଙ୍କ ସ୍ୱାମୀ ତଥା ପୂର୍ବତନ ମର୍ଚ୍ଚାଣ୍ଟ ନେଭି ଅଧିକାରୀ ସୌରଭ ରାଜପୁତଙ୍କ ହତ୍ୟା ମାମଲାରେ ଉଭୟଙ୍କୁ ହତ୍ୟା...

ମେରଠ: ବହୁଚର୍ଚ୍ଚିତ ‘ନୀଳ ଡ୍ରମ୍‌ ମାମଲା’ରେ ବୁଧବାର ମେରଠ ଜିଲ୍ଲା ଅଦାଲତ ମୁସ୍କାନ ରସ୍ତୋଗୀ ଓ ସାହିଲ ଶୁକ୍ଳାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମୁସ୍କାନଙ୍କ ସ୍ୱାମୀ ତଥା ପୂର୍ବତନ ମର୍ଚ୍ଚାଣ୍ଟ ନେଭି ଅଧିକାରୀ ସୌରଭ ରାଜପୁତଙ୍କ ହତ୍ୟା ମାମଲାରେ ଉଭୟଙ୍କୁ ହତ୍ୟା, ପ୍ରମାଣ ନଷ୍ଟ ଓ ଆପରାଧିକ ଷଡ଼ଯନ୍ତ୍ର ମାମଲାରେ ଦୋଷୀ କରାଯାଇଛି। ତେବେ ଦଣ୍ଡାଦେଶ ଉପରେ କୋର୍ଟ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି ଏବଂ ୧୫ ଦିନ ପରେ ଦଣ୍ଡାଦେଶ ଶୁଣାଇବେ।

ପ୍ରାୟ ୧୩ ମାସ ଧରି ଚାଲିଥିବା ଏହି ମାମଲାରେ ୧୨୬ ଥର ଶୁଣାଣି ହୋଇଥିବାବେଳେ ୨୨ରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଅଭିଯୋଗକାରୀ ପକ୍ଷରୁ ବୈଜ୍ଞାନିକ ଓ ପରିସ୍ଥିତିଗତ ପ୍ରମାଣ ସମେତ ବିଭିନ୍ନ ସାକ୍ଷ୍ୟ ଉପସ୍ଥାପନ କରାଯାଇଥିଲା। ସେମାନେ ଉଭୟଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥିବାବେଳେ ପ୍ରତିପକ୍ଷ ଯୁକ୍ତିରେ ହତ୍ୟାର କୌଣସି ପ୍ରତ୍ୟକ୍ଷଦର୍ଶୀ ନ ଥିବା ଦର୍ଶାଯାଇଥିଲା।

ଅଭିଯୋଗ ଅନୁସାରେ, ୨୦୨୫ ମାର୍ଚ୍ଚ ୩ ତାରିଖରେ ସୌରଭଙ୍କୁ ହତ୍ୟା କରାଯାଇଥିଲା। ପରେ ତାଙ୍କ ମୃତଦେହକୁ ଏକ ନୀଳ ଡ୍ରମ୍‌ରେ ପୂରାଇ ସିମେଣ୍ଟ ଦେଇ ବନ୍ଦ କରିଦିଆ ଯାଇଥିଲା। ପରେ ଦୁଇ ଅଭିଯୁକ୍ତ ହିମାଚଳପ୍ରଦେଶ ଚାଲିଯାଇଥିଲେ। ମାର୍ଚ୍ଚ ୧୭ ତାରିଖରେ ମୃତଦେହ ମିଳିବା ପରେ ମାମଲା ସାମ୍ନାକୁ ଆସିଥିଲା। ପୁଲିସ ପରେ ମୁସ୍କାନ ଓ ସାହିଲଙ୍କୁ ଗିରଫ କରିଥିଲା। ଜୁଲାଇ ୨୦୨୫ରେ ଜିଲ୍ଲା ଜଜ୍‌ଙ୍କ ଅଦାଲତରେ ମାମଲାର ବିଚାର ଆରମ୍ଭ ହୋଇଥିଲା। ଦୋଷୀ ସାବ୍ୟସ୍ତ ହେବା ପରେ ମାମଲାରେ ଏବେ ଦଣ୍ଡାଦେଶ ଉପରେ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଉଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button