Modi-Trump phone call: ବ୍ୟବସାୟ-ପ୍ରତିରକ୍ଷା, କ୍ରିଟିକାଲ ଟେକ୍ନୋଲୋଜି ପ୍ରସଙ୍ଗରେ ଆଲୋଚନା କଲେ ମୋଦୀ-ଟ୍ରମ୍ପ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଟେଲିଫୋନ୍ରେ କଥାବାର୍ତ୍ତା ହୋଇଛନ୍ତି। ଉଭୟ ନେତା ବ୍ୟବସାୟ, ପ୍ରତିରକ୍ଷା, ଶକ୍ତି ଏବଂ କ୍ରିଟିକାଲ ଟେକ୍ନୋଲୋଜି ସମେତ ଦ୍ବିପାକ୍ଷିକ ସହଯୋଗ ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଟେଲିଫୋନ୍ରେ କଥାବାର୍ତ୍ତା ହୋଇଛନ୍ତି। ଉଭୟ ନେତା ବ୍ୟବସାୟ, ପ୍ରତିରକ୍ଷା, ଶକ୍ତି ଏବଂ କ୍ରିଟିକାଲ ଟେକ୍ନୋଲୋଜି ସମେତ ଦ୍ବିପାକ୍ଷିକ ସହଯୋଗ ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି। ଏଥି ସହିତ ଉଭୟ ନେତା ବିଶ୍ବରେ ଶାନ୍ତି ପ୍ରତିଷ୍ଠ ଏବଂ ସୁରକ୍ଷା ଦିଗରେ କାମ କରିବା ପାଇଁ ସହମତ ହୋଇଛନ୍ତି।
ଏକ୍ସରେ ଏକ ପୋଷ୍ଟ୍ କରି ମୋଦୀ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଏକ ଫଳପ୍ରଦ କଥାବର୍ତ୍ତା ହୋଇଛି। ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି, କ୍ରିଟିକାଲ୍ ଟେକନୋଲୋଜି ଏବଂ ଅନ୍ୟ କ୍ଷେତ୍ରରେ ଆମେ ଆମ ଦ୍ବିପାକ୍ଷିକ ସମ୍ପର୍କର ସମୀକ୍ଷା କରିଛୁ। ଆମେ ଆମ ବ୍ୟାପକ ବୈଶ୍ବିକ ରଣନୀତିକ ସହଭାଗିତାକୁ ଆଗକୁ ନେବା ପାଇଁ ନିବିଡ଼ ଭାବେ କାମ ଜାରି ରଖିବା ବାଇଁ ରାଜି ଅଛୁ ବୋଲି ସେ କହିଛନ୍ତି।
ମୋଦୀ ଓ ଟ୍ରମ୍ପ ମଧ୍ୟ ଆଞ୍ଚଳିକ ତଥା ଅନ୍ତର୍ଜାତୀୟ ପ୍ରସଙ୍ଗରେ ସେମାନଙ୍କ ମତ ବିନିମୟ କରିଛନ୍ତି। ବୈଶ୍ବିକ ଶାନ୍ତି ଓ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ସେମାନେ କଥାବାର୍ତ୍ତା କରିଛନ୍ତି।
ସୌଜନ୍ୟ ସମ୍ବାଦ




