ଦେଶ ବିଦେଶ
Accident: ଯୋଗ ଶିଖାଇବା ପାଇଁ ଭିଏତନାମରେ ଯାଇଥିଲେ; ଦୁର୍ଘଟଣାରେ ୨ ଭାରତୀୟଙ୍କ ମୃତ୍ୟୁ
ଭିଏତନାମରେ ଏକ ସଡ଼କ ଦୁର୍ଘଟଣାରେ ଝାଡ଼ଖଣ୍ଡର ୨ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି। ସେମାନେ ଯୋଗ ଶିଖାଇବା ପାଇଁ ଭିଏତନାମ ଯାଇଥିଲେ। ମୃତ ୨ ଯୁବକ ହେଉଛନ୍ତି ରାଜା କୁମାର ବର୍ମା (୨୬) ଓ ବିନୟ ଯାଦବ (୨୩)। ଡା ଲାଟ୍ ସହରରେ ସେପ୍ଟେମ୍ବର ୨୫...

ନୂଆଦିଲ୍ଲୀ: ଭିଏତନାମରେ ଏକ ସଡ଼କ ଦୁର୍ଘଟଣାରେ ଝାଡ଼ଖଣ୍ଡର ୨ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି। ସେମାନେ ଯୋଗ ଶିଖାଇବା ପାଇଁ ଭିଏତନାମ ଯାଇଥିଲେ। ମୃତ ୨ ଯୁବକ ହେଉଛନ୍ତି ରାଜା କୁମାର ବର୍ମା (୨୬) ଓ ବିନୟ ଯାଦବ (୨୩)। ଡା ଲାଟ୍ ସହରରେ ସେପ୍ଟେମ୍ବର ୨୫ ତାରିଖରେ ଏହି ଦୁର୍ଘଟଣା ଘଟିଥିଲା। ଉଭୟ ଯୋଗ କ୍ଲାସ୍ରୁ ଫେରୁଥିବାବେଳେ ସେମାନଙ୍କ ବାଇକ୍ ଏକ କାର୍ ସହ ଧକ୍କା ହୋଇଥିଲା। ଏଥିରେ ବର୍ମାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବିନୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୨ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
ସୌଜନ୍ୟ ସମ୍ବାଦ




