Terrorist: ଆତଙ୍କବାଦୀ ମୁସା; ପାକିସ୍ତାନ ସେନାର କମାଣ୍ଡୋରୁ ଏଲ୍ଇଟିର ଶୀର୍ଷ କମାଣ୍ଡର
ଜମ୍ମୁ-କାଶ୍ମୀରର ବଡ଼ଗାମ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଲସ୍କର-ଏ-ତୋଇବା (ଏଲ୍ଇଟି)ର ଜଣେ ଶୀର୍ଷ କମାଣ୍ଡର ନିପାତ ହୋଇଛି। ନିହତ ଆତଙ୍କବାଦୀକୁ ଫୌଜୀ ମୁସା ବୋଲି ଚିହ୍ନଟ କରାଯାଇଛି। ଭାରତୀୟ ସେନାର ଚିନାର କର୍ପସ ଏକ୍ସରେ ଏକ ପୋଷ୍ଟ୍...

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବଡ଼ଗାମ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଲସ୍କର-ଏ-ତୋଇବା (ଏଲ୍ଇଟି)ର ଜଣେ ଶୀର୍ଷ କମାଣ୍ଡର ନିପାତ ହୋଇଛି। ନିହତ ଆତଙ୍କବାଦୀକୁ ଫୌଜୀ ମୁସା ବୋଲି ଚିହ୍ନଟ କରାଯାଇଛି। ଭାରତୀୟ ସେନାର ଚିନାର କର୍ପସ ଏକ୍ସରେ ଏକ ପୋଷ୍ଟ୍ କରି କହିଛି ଯେ ଏହି ଅପରେସନ୍ର ନାଁ ‘ଅପରେସନ୍ କୋରାଗ’।
ଭାରତୀୟ ସେନା, ପୁଲିସ ଓ ସିଆରପିଏଫ୍ ବଡ଼ଗାମର ୟୁସମାର୍ଗ ନିକଟ କୋରାଗରେ ଏହି ଅପରେସନ୍ ଚଳାଇଥିଲେ। ଉକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ସୂଚନା ମିଳିବା ପରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ। ପାଲଟା ଜବାବରେ ସୁରକ୍ଷାକର୍ମୀ ଗୁଳି ଚଳାଇଥିଲେ। ଏଥିରେ ମୁସା ନିପାତ ହୋଇଛି।
ମୁସାର ପରିଚୟକୁ ନେଇ ସାମ୍ନାକୁ ଆସିଥିବା ସୂଚନା ଅନୁସାରେ, ସେ ପୂର୍ବତନ ପାକିସ୍ତାନ ସେନା କମାଣ୍ଡୋ ଥିଲା। ଏଲ୍ଇଟିରେ ଯୋଗ ଦେବା ପୂର୍ବରୁ ସେ ପାକିସ୍ତାନ ସେନାର ଏସ୍ଏସ୍ଜି (ସ୍ପେସାଲ୍ ଅପରେସନ୍ ଗ୍ରୁପ୍)ରେ କାର୍ଯ୍ୟ କରୁଥିଲା। ପାଖାପାଖି ୨୩ ବର୍ଷ ପାକିସ୍ତାନ ସେନାରେ ସେବା କରିବା ପରେ ୨୦୨୩ ମାର୍ଚ୍ଚ ୩୧ ତାରିଖରେ ୪୨ ବର୍ଷ ବୟସରେ ହାବିଲଦାର ଭାବେ ଅବସର ନେଇଥିଲା।
ସୌଜନ୍ୟ ସମ୍ବାଦ




