ଦେଶ ବିଦେଶ

Supreme Court: ମିଲନ ପ୍ରଧାନଙ୍କ ଅନ୍ତରୀଣ ଜାମିନକୁ ଚ୍ୟାଲେଞ୍ଜ: ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମ୍‌କୋର୍ଟ

ନନ୍ଦୀଗ୍ରାମ ଆସନରେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ମିଳିଥିବା ଅନ୍ତରୀଣ ଜାମିନକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗ ପୁଲିସ ସୁପ୍ରିମ୍‌କୋର୍ଟରେ ଏହାର ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲା।

ନୂଆଦିଲ୍ଲୀ: ନନ୍ଦୀଗ୍ରାମ ଆସନରେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ମିଳିଥିବା ଅନ୍ତରୀଣ ଜାମିନକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗ ପୁଲିସ ସୁପ୍ରିମ୍‌କୋର୍ଟରେ ଏହାର ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲା। ତେବେ ଶୀର୍ଷ ଅଦାଲତ ମାମଲାଟିକୁ ଜରୁରୀ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ମନା କରିଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଆସନ୍ତା ଅକ୍ଟୋବର ୬ ତାରିଖରେ ନନ୍ଦୀଗ୍ରାମ ଆସନରେଉପନିର୍ବାଚନହେବ। କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନ ୨୦୦୭ ମସିହାର ଏକ ଆପରାଧିକ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିଲେ। ତେବେ କାଲକାଟା ହାଇକୋର୍ଟ ସେପ୍ଟେମ୍ବର ୨୯ ତାରିଖରେ ତାଙ୍କୁ ୩ ସପ୍ତାହର ଅନ୍ତରୀଣ ଜାମିନ ଦେଇଥିଲେ। ଏହା ଫଳରେ ସେ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ହାଜତ ବାହାରେ ରହିପାରିବେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button