ରାଜ୍ୟ

Mahanadi Water Disputes : ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟସ୍ଥତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ, ଯୋଗଦେବେ ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୧/୧୦: ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ  ମଧ୍ୟସ୍ଥତାରେ ମହାନଦୀ ବିବାଦ ନେଇ ବୈଠକ ହେବ ।  ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ  ସାଏ ଯୋଗଦେବେ । ତେବେ ଏହି ବୈଠକ ପୂର୍ବରୁ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି । ଜୋର  ଧରିଛି ବୟାନବାଜି । ବିଜେପି ରାଜ୍ୟ ସଭାପତି ତଥା

ରାଜ୍ୟସଭା ସାଂସଦ ମନମୋହନ ସାମଲ କହିଛନ୍ତି,  ଏହି ପ୍ରସଙ୍ଗରେ ଅମିତ ଶାହ ମଧ୍ୟସ୍ଥତା କରିଛନ୍ତି । ଦୁଇ ମୁଖ୍ୟମନ୍ତ୍ରୀ ରାଜି ଅଛନ୍ତି । ତେଣୁ ନିଶ୍ଚୟ ସମାଧାନ  ହେବ । ବିରୋଧୀ କେସ କାହିଁକି ଫାଇଲ୍‌ କରିଥିଲେ?  କେସ୍‌ କରି ଓଡ଼ିଶାର ବିକାଶ ବନ୍ଦ କରିବାକୁ ଚେଷ୍ଟା  କରୁଥିଲେ । ଆମ ସରକାର ସମାଧାନ ନିଶ୍ଚୟ କରିବେ  ବୋଲି ଶ୍ରୀ ସାମଲ କହିଛନ୍ତି ।

ରାଜସ୍ୱ ମନ୍ତ୍ରୀ ସୁରେଶ୍‌ ପୂଜାରୀ କହିଛନ୍ତି, ଆମେ  ସକାରାତ୍ମକ ଅଛୁ । ନିଶ୍ଚୟ ଏହି ବିବାଦର ସମାଧାନର  ରାସ୍ତା ବାହାରିବ । ଏ ବିବାଦ ହାଇନଥାନ୍ତା ଯଦି ବିଜେଡି  ଟ୍ରିବ୍ୟୁନାଲକୁ ଓହ୍ଲାଇ ନଥାନ୍ତା । ଯେତେବେଳେ ଆମ  ସରକାର ଦାୟିତ୍ୱ ନେଲୁ, ସେତେବେଳକୁ ଛତିଶଗଡ଼  ସରକାର ମହାନଦୀରେ ବ୍ୟାରେଜ ନିର୍ମାଣ କରିସାରିଥିଲା  ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button