ରାଜ୍ୟ

Cyclone Threat : ବାତ୍ୟା ‘ଅକ୍‌ଭାନ’ର ଗତିପଥକୁ ନେଇ ଦ୍ଵନ୍ଦ୍ଵ, ୨୦ ପୂର୍ବରୁ ଲ୍ୟାଣ୍ଡଫଲ୍ ସମ୍ଭାବନା କମ୍

ଭୁବନେଶ୍ଵର, ୧୭/୧୧ : ବାତ୍ୟା ‘ଅକ୍‌ଭାନ’ର ଗତିପଥକୁ ନେଇ ଦ୍ଵନ୍ଦ୍ଵ । ବଦଳୁଛି ମଡେଲ ଆକଳନ । ବାତ୍ୟାର ଘନୀଭୂତ ହେବା ପ୍ରକ୍ରିୟାରେ କିଛିଟା ମନ୍ଥରତା ଦେଖାଦେଇଥିବା ବେଳେ ଆଗାମୀ ୩୬ ଘଣ୍ଟା ପରେ ଏହାର ତୀବ୍ରତା ବୃଦ୍ଧି ପାଇପାରେ ବୋଲି ମଡେଲରୁ ସୂଚନା ମିଳୁଛି । ଅନ୍ୟପଟେ ବାତ୍ୟାର ଗତିପଥରେ ମଧ୍ୟ ବାରମ୍ବାର ପରିବର୍ତ୍ତନ ହେଉଛି । ପୂର୍ବରୁ ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ବେଳେ ପରେ ପୂର୍ବ-ଉତ୍ତରପୂର୍ବ ଦିଗକୁ ଗତି କରିଥିଲା । ବର୍ତ୍ତମାନ ଏହାର ଗତିପଥ ଉତ୍ତର-ପଶ୍ଚିମ ଦିଗ, ଅର୍ଥାତ୍ ତେଲେଙ୍ଗାନା ଆଡ଼କୁ ରହିଥିବା ଆକଳନ କରାଯାଉଛି । ଏହି ପରିବର୍ତ୍ତନ ଯୋଗୁଁ ବାତ୍ୟା କେଉଁଠି ଓ କେବେ ସ୍ଥଳଭାଗ ଅତିକ୍ରମ କରିବ, ତାହାର ସମୟ ଓ ସ୍ଥାନରେ ପରିବର୍ତ୍ତନ ହୋଇପାରେ । ଏନେଇ ସିଇସି ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ବାତ୍ୟାର ଗତିପଥ ଯାହା ହେଉ ନା କାହିଁକି, ବର୍ତ୍ତମାନର ଆକଳନ ଅନୁଯାୟୀ, ୨୦ ନଭେମ୍ବର ପୂର୍ବରୁ ଲ୍ୟାଣ୍ଡଫଲ୍‌ର ସମ୍ଭାବନା କମ୍‌ ରହିଛି । ବାୟୁ ପ୍ରବାହର ପରିବର୍ତ୍ତନ ଯୋଗୁଁ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ୧୮ ରୁ ୨୦ ନଭେମ୍ବର ମଧ୍ୟରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହାସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା ରହିଛି । ୧୯ ନଭେମ୍ବର ଅପରାହ୍ନରୁ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ କମିପାରେ । ଅନ୍ୟପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପ୍ରଭାବ ବଢ଼ିବା ସମ୍ଭାବନା ରହିଛି । ବାତ୍ୟା ଯେଉଁ ଅଞ୍ଚଳରେ ସ୍ଥଳଭାଗ ଅତିକ୍ରମ କରିବ, ସେଠାରେ ଘଣ୍ଟାପ୍ରତି ୮୦ରୁ ୧୦୦ କିଲୋମିଟର ବେଗରେ ପବନ ବହିପାରେ । ତେବେ ଓଡ଼ିଶାରେ ପବନର ପ୍ରଭାବ ତୁଳନାତ୍ମକ ଭାବେ କମ୍‌ ରହିବା ସମ୍ଭାବନା ରହିଛି । ରାଜ୍ୟରେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୪୦ରୁ ୫୦ କିଲୋମିଟର ରହିପାରେ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button