IND VS PAK Toss: ଗୋଲ୍ଡ ଲଢେଇରେ ହେବ ବୈଭବ ବିସ୍ଫୋରଣ; ଟସ୍ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି, ନୋ ହ୍ୟାଣ୍ଡସେକ୍ ରିପିଟ୍

ନୂଆଦିଲ୍ଲୀ,୦୩/୧୦; ବ୍ଲକ୍ ବ୍ଲଷ୍ଟର ସଟରଡେ । ଏସିଆନ ଗେମ୍ସ ସ୍ୱର୍ଣ୍ଣ ପଦକ ମହାମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଚିର ପ୍ରତିନ୍ଦ୍ୱନ୍ଦୀ ଭାରତ-ପାକିସ୍ତାନ । ଏସିଆନ୍ ଗେମ୍ସ ପୁରୁଷ କ୍ରିକଟେ ଫାଇନାଲ ପାଇଁ ଟସ୍ ପଡିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ଶ୍ରେୟାସ ଆୟର । ସବୁଥର ପରି ଏଥର ବି ଟସ୍ ପରେ ପାକିସ୍ତାନକୁ ନିରାଶ ହେବାକୁ ପଡିଛି । ପାକ୍ କ୍ୟାପ୍ଟେନଙ୍କ ସହ ହାତ ମିଳାଇଲେ ନାହିଁ କ୍ୟାପ୍ଟେନ୍ ଆୟର । ଏସିଆନ ଗେମ୍ସ, ଟି-ଟ୍ୱେଣ୍ଟି ବିଶ୍ୱକପ ପରି ଏସିଆନ ଗେମ୍ସରେ ବି ନୋ ହ୍ୟାଣ୍ଡସେକ୍ ଧାରା ଜାରି ରହିଛି । ସ୍ୱର୍ଣ୍ଣ ପଦକ ଲଢେଇରେ ବେବି ବସ୍ ବୈଭବ ସୂର୍ଯ୍ୟବଂଶୀଙ୍କୁ ଚୂଡନ୍ତ ଏକାଦଶରେ ସାମିଲ କରାଯାଇଛି । ଆଜି ତାଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିବ ।ଉଭୟ ଦଳ ପ୍ରଥମ ଥର ଏସିଆଡ୍ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍କୁ ନେଇ ଉଭୟ ଦେଶର ପ୍ରଶଂସକ ବେଶ ଉତ୍ସାହିତ ହୋଇ ପଡ଼ିଛନ୍ତି ।
ପାକିସ୍ତାନ ତୁଳନାରେ ଭାରତ ଅପେକ୍ଷାକୃତ ଶକ୍ତିଶାଳୀ ରହିଛି । ପାକିସ୍ତାନ ଏକ ଯୁବ ଦଳ ନେଇ ଖେଳୁଛି । ମାତ୍ର ଭାରତ ପୂର୍ଣ୍ଣାଙ୍ଗ ଦଳ ସହ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ । ଆଜି ବ୍ୟାଟିଂ ବିସ୍ମୟ ବୈଭବ ସୂର୍ୟ୍ୟବଂଶୀ ଓ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ବିସ୍ଫୋରକ ଅର୍ଦ୍ଧଶତକ ଅର୍ଜନ କରିଥିବା ଇଶାନ କିଷନଙ୍କ ଉପରେ ସମସ୍ତଙ୍କ ନଜର ରହିବ । ପୂର୍ବ ମ୍ୟାଚ୍ରେ ବିଫଳ ହୋଇଥିବା ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ଫର୍ମକୁ ଫେରିଲେ ଦଳର ବିଜୟ ସହଜ ହେବ । ସେହିପରି ବୋଲିଂ ବିଭାଗ ଦୃଢ଼ ରହିଛି । ପେସ୍ ବୋଲର ଯଶପ୍ରୀତ ବୁମରା, ସ୍ପିନର ଅକ୍ଷର ପଟେଲ ଓ ୱାସିଂଟନ ସୁନ୍ଦର ପାକିସ୍ତାନ ବ୍ୟାଟରଙ୍କ ପାଇଁ ଆହ୍ୱାନପୂର୍ଣ୍ଣ ହେବେ । ଓପନର ସାହିବଜାଦା ଫରହାନଙ୍କ ନେତୃତ୍ୱରେ ପାକିସ୍ତାନ ମଇଦାନକୁ ଓହ୍ଲାଇବ । ଭାରତ ବିପକ୍ଷରେ ତାଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି । ଗତ ଏସିଆ କପ୍ରେ ସେ ଭାରତ ବିପକ୍ଷରେ ୩ଟି ମ୍ୟାଚ୍ ଖେଳି ଯଥାକ୍ରମେ ୫୭, ୫୮, ୪୦ରନ୍ ସଂଗ୍ରହ କରିଥିଲେ । ସେହିପରି ଦଳରେ ସାଏମ୍ ଆୟୂବ, ଅବଦୁଲ ସମଦଙ୍କ ଭଳି ଦକ୍ଷ ବ୍ୟାଟର ରହିଛନ୍ତି । ସ୍ପିନର ଅବରାର ଅହମ୍ମଦ ଭାରତୀୟ ବ୍ୟାଟରଙ୍କ ପାଇଁ ବିପଦଜ୍ଜନକ ସାବ୍ୟସ୍ତ ହୋଇପାରନ୍ତି ।
ସୌଜନ୍ୟ ପ୍ରମେୟ




