ଖେଳ

Uruguay won the match: ଉରୁଗୁଏ ମ୍ୟାଚ୍‌ ଜିତିଲା, ଭାରତ ଅଭିଜ୍ଞତା ସାଉଣ୍ଟିଲା

ଚାରି ଦଶନ୍ଧିରୁ ଅଧିକ ସମୟ ପରେ ଭାରତ ଓ ଉରୁଗୁଏ ଫୁଟ୍‌ବଲ୍‌ ମଇଦାନରେ ମୁହାଁମୁହିଁ ହେଉଥିଲେ। ଦୁଇ ଥର ବିଶ୍ବବିଜେତା ଉରୁଗୁଏ ପାରମ୍ପରିକ ଭାବେ ତା’ର ପଡ଼ିଆ ଭିତର ପତିଆରା ପୁଣି ଥରେ ଦେଖାଇବ ବୋଲି ସମସ୍ତେ ସ୍ଥିର ନିଶ୍ଚିତ ଥିଲେ।

ସଲ୍‌ଟଲେକ୍‌ ଷ୍ଟାଡିୟମରୁ ଦେବାଶିଷ ସୁନ୍ଦରାୟ

କୋଲକାତା: ଚାରି ଦଶନ୍ଧିରୁ ଅଧିକ ସମୟ ପରେ ଭାରତ ଓ ଉରୁଗୁଏ ଫୁଟ୍‌ବଲ୍‌ ମଇଦାନରେ ମୁହାଁମୁହିଁ ହେଉଥିଲେ। ଦୁଇ ଥର ବିଶ୍ବବିଜେତା ଉରୁଗୁଏ ପାରମ୍ପରିକ ଭାବେ ତା’ର ପଡ଼ିଆ ଭିତର ପତିଆରା ପୁଣି ଥରେ ଦେଖାଇବ ବୋଲି ସମସ୍ତେ ସ୍ଥିର ନିଶ୍ଚିତ ଥିଲେ। ତେବେ ପାନାମା ବିପକ୍ଷ ବନ୍ଧୁତ୍ବପୂର୍ଣ୍ଣ ମୁକାବିଲାକୁ ଅମୀମାଂସିତ ରଖିବା ଏବଂ ପାଞ୍ଚ ଥର ବିଶ୍ବବିଜେତା ବ୍ରାଜିଲ ବିପକ୍ଷରେ ଲଢ଼ୁଆ ଖେଳ ଖେଳିବା ପରେ ଭାରତର ଆତ୍ମବିଶ୍ବାସ ଆକାଶ ଛୁଇଁଥିବ ବୋଲି ଘରୋଇ ପ୍ରଶଂସକ ଆଶା ରଖିଥିଲେ। ସେଥିପାଇଁ ଉରୁଗୁଏର ଦୋଷ ଦୁର୍ବଳତାକୁ ଉଜାଗର କରି ଭାରତ ନିଜ ଫୁଟ୍‌ବଲ୍‌ ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିବାର ସ୍ବପ୍ନ ସେମାନେ ଦେଖିଥିଲେ। ଭାରତୀୟ ଖେଳାଳିମାନେ ବି ଏହି ଐତିହାସିକ ମୁକାବିଲାର ପ୍ରଥମ କିଛି ମିନିଟ୍‌ରେ ପ୍ରତିଶ୍ରୁତିଭରା ଫୁଟ୍‌ବଲ୍‌ ଖେଳିଥିଲେ। ଏପରିକି ପ୍ରଥମାର୍ଦ୍ଧ‌ରେ ଏକ ସୁନ୍ଦର ଗୋଲ୍‌ ଲଦି ଉରୁଗୁଏକୁ  ହଠାତ୍ ଚକିତ କରି ଦେଇଥିଲେ। ଜବରଦସ୍ତ ଖେଳ ଖେଳି ସ୍ଥିତି ୧-୧ କରି ନେଇଥିଲେ। ବର୍ଷା ବ୍ୟାଘାତ ପରେ କିନ୍ତୁ ଲଗାତାର ଆଉ ପାଞ୍ଚଟି ଗୋଲ୍‌ ଖାଇ ମ୍ୟାଚ୍‌କୁ ଏକତରଫା ଭାବେ ୧-୬ରେ ହାରିଥିଲେ। କିନ୍ତୁ ଉରୁଗୁଏ ଭଳି ଦଳ ବିପକ୍ଷରେ ଖେଳିବାର ଅଭିଜ୍ଞତା ସାଉଣ୍ଟିବା ସହ କିଛି କିଛି ମହୂର୍ତ୍ତରେ କରିଥିବା ଲଢ଼ୁଆ ପ୍ରଦର୍ଶନରେ ଦର୍ଶକଙ୍କ ହୃଦୟ ଜିତି ନେଇଥିଲେ।  ଅନ୍ୟପକ୍ଷରେ ୧୯୮୨ ମସିହାରେ କୋଲକାତାରେ ପ୍ରଥମ ଥର ଖେଳି ଭାରତକୁ ୩-୧ ଗୋଲ୍‌ରେ ହରାଇଥିବା ଲାଟିନ ଆମେରିକୀୟ ଶକ୍ତି ଉରୁଗୁଏ ପୁଣି ଥରେ ଏଠାରେ ବିଜୟୀ ହୋଇଛି। ବରଂ ଏଥରର ବିଜୟ ବ୍ୟବଧାନକୁ ଯଥେଷ୍ଟ ବଢ଼ାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button