ଜାତୀୟ

ଟ୍ୱିଟରୁ ରିଚ୍‌ ପର୍ଯ୍ୟନ୍ତ ବଦଳିଗଲା ରାଜନୈତିକ ସଂଳାପ, ୨୫ ବର୍ଷରେ କେମିତି ବଦଳିଲା ନରେନ୍ଦ୍ର ମୋଦୀ ଓ ଭାରତୀୟ ରାଜନୀତିର ରଣନୀତି?

ନୂଆଦିଲ୍ଲୀ: ଗତ ୨୫ ବର୍ଷ ମଧ୍ୟରେ ଭାରତୀୟ ରାଜନୀତିର ଭାଷା ଓ ଜନସାଧାରଣଙ୍କ ସହ ନେତାମାନଙ୍କ ସଂଳାପର ଶୈଳୀରେ ବଡ଼ ପରିବର୍ତ୍ତନ ଆସିଛି। ଦିନେ ଯେଉଁଠି ଖବରକାଗଜ, ଟେଲିଭିଜନ ଓ ସାଧାରଣ ସଭା ରାଜନୈତିକ ପ୍ରଚାରର ପ୍ରମୁଖ ମାଧ୍ୟମ ଥିଲା, ଏବେ ସେଠାରେ ମୋବାଇଲ୍ ଫୋନ୍ ଓ ସୋସିଆଲ ମିଡିଆ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେହି ପ୍ରାରମ୍ଭିକ ଭାରତୀୟ ରାଜନେତାମାନଙ୍କ ମଧ୍ୟରେ ଥିଲେ, ଯେଉଁମାନେ ରାଜନୀତିରେ ସୋସିଆଲ ମିଡିଆର ଗୁରୁତ୍ୱକୁ ଆଗୁଆ ଚିହ୍ନଟ କରିଥିଲେ। ୨୦୦୯ ଜାନୁଆରୀରେ ସେ ଟ୍ୱିଟରରେ ଆକାଉଣ୍ଟ ଖୋଲିଥିଲେ। ପରେ ଟ୍ୱିଟରର ନାଁ ପରିବର୍ତ୍ତନ ହୋଇ ‘ଏକ୍ସ’ ହୋଇଛି। ୨୦୧୪ରେ ସେ ଇନଷ୍ଟାଗ୍ରାମରେ ଯୋଗ ଦେଇଥିଲେ। ଏହାପରେ ସୋସିଆଲ ମିଡିଆ ତାଙ୍କ ସାର୍ବଜନୀନ କାର୍ଯ୍ୟକଳାପ ଓ ଜନତାଙ୍କ ସହ ସିଧାସଳଖ ସଂଳାପର ଏକ ପ୍ରମୁଖ ମାଧ୍ୟମ ପାଲଟିଛି।

୨୦୦୯ରୁ କୋଟି କୋଟି ଫଲୋଅର୍ସ ପର୍ଯ୍ୟନ୍ତ ଯାତ୍ରା:

ମୋଦୀ ଯେତେବେଳେ ଟ୍ୱିଟରରେ ଯାତ୍ରା ଆରମ୍ଭ କରିଥିଲେ, ସେତେବେଳେ ଭାରତରେ ସୋସିଆଲ ମିଡିଆ ବର୍ତ୍ତମାନ ଭଳି ବ୍ୟାପକ ହୋଇନଥିଲା। କିନ୍ତୁ ପ୍ରାୟ ଦେଢ଼ ଦଶନ୍ଧି ମଧ୍ୟରେ ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି। ୨୦୨୪ ଜୁଲାଇ ୧୪ରେ ମୋଦୀଙ୍କ ଏକ୍ସ ଆକାଉଣ୍ଟ ୧୦ କୋଟି ଫଲୋଅର୍ସର ମାଇଲଷ୍ଟୋନ୍ ଅତିକ୍ରମ କରିଥିଲା। ବର୍ତ୍ତମାନ ତାଙ୍କର ଏକ୍ସରେ ପ୍ରାୟ ୧୦.୭ କୋଟି ଫଲୋଅର୍ସ ଅଛନ୍ତି। ଏହା ସହିତ ସେ ଏକ୍ସରେ ବିଶ୍ୱର ସର୍ବାଧିକ ଫଲୋ କରାଯାଉଥିବା ବିଶ୍ୱ ନେତା ଭାବେ ରହିଛନ୍ତି। ଇନଷ୍ଟାଗ୍ରାମରେ ମଧ୍ୟ ମୋଦୀଙ୍କ ଡିଜିଟାଲ ପହଞ୍ଚ କ୍ରମାଗତ ଭାବେ ବଢ଼ିଛି। ୨୦୨୬ ଫେବ୍ରୁଆରୀରେ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ୧୦ କୋଟି ଫଲୋଅର୍ସ ଅତିକ୍ରମ କରିଥିଲା। ଏଭଳି ସଂଖ୍ୟା ହାସଲ କରିବାରେ ସେ ପ୍ରଥମ ବିଶ୍ୱ ନେତା ଓ ରାଜନେତା ହୋଇଥିଲେ। ବର୍ତ୍ତମାନ ଇନଷ୍ଟାଗ୍ରାମରେ ତାଙ୍କର ପ୍ରାୟ ୧୦.୬ କୋଟି ଫଲୋଅର୍ସ ଅଛନ୍ତି।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button